STORYMIRROR

Smrutirekha Acharya

Abstract

2  

Smrutirekha Acharya

Abstract

ଶୀତ ସକାଳ ର ତାତି ଦଉନି ଆଉ ଚା ମଜା

ଶୀତ ସକାଳ ର ତାତି ଦଉନି ଆଉ ଚା ମଜା

1 min
386

ବି°ଶ ଶତାବ୍ଦୀ ରେ ପ୍ରକୃତି ଖେଳୁଛି ଖେଳ

ହୋଇ ବଶବର୍ତ୍ତୀ ମନୁଷ୍ୟ କୁକର୍ମ

କାର୍ତ୍ତିକ ମାସ ର ଶେଷ ପାହୁଣ୍ଡ ରେ

ଖରା ର ତାତି କି ଅନୁଭବ ହୁଏ ?


କମଳ ବଦଳରେ ପଙ୍ଖା ର ଆବଶ୍ୟକତା

କହ ଆରେ କି କାଳ ସମୟ ଆସିଲା

ପ୍ରତ୍ୟୁଷ କୁହୁଡି କାଇଁ ଦୁଶୁନି ରେ ସଙ୍ଗାତ

ଘାସ ପତ୍ର ସବୁ ଶୁଖିଲା ଖଡ଼ ଖଡ଼

କାକର ଚମକ ସୂର୍ଯ୍ୟ କିରଣରେ

ଦେଖିବାକୁ ଭାରି ମନ ହଉଛି ରେ


ଶୀତ ଥୁରୁ ଥୁରୁ ରେ ଚା ର ମଜା

କେମିତି ପାଇବି କହ ଆରେ ଏ ପାଗେ ପରା

ଶୀତ ସକାଳ ର ଅଭୁଲା ସ୍ମୃତି

କାକର ରେ ଓଦା ହେଇ ଯାଉ ପାଠ ପଢି

କରି ପରିଧାନ ଶୀତ ବସ୍ତ୍ର

ନଉ ମଜା ଭାରି ପାହାନ୍ତି ସୂର୍ଯ୍ୟ ର l


କି ଯୁଗ ଆସିଲା କି ବିଳାସ ବ୍ୟସନ କଲେ

ପ୍ରକୃତି ରାଣୀ ର ଅଳଙ୍କାର ସବୁ ଛଡେଇ ନେଲେ

କାଇଁ ବୁଝୁନି ଏ ମୁଢ ସମାଜ

ଆଗାମୀ ପିଢ଼ି ବି ପାଉ ସମ ସୁଖ


ଜେଜେ ଙ୍କ କୋଳ ରେ ବସି

ଦାଣ୍ଡ ଚଉରା ପାଖରେ

ଶୀତ ଉଷୁମୁ ନବାକୁ

ଭାରି ମନ ହୁଏ ରେ

ହେଲେ ନାହିଁ ସେ ସମୟ

ଶୀତ ଦିନେ ବିଞ୍ଚଣା ବୁଲେଇ

ଶୋଇବାକୁ ପଡୁଛି ଘର କୋଣରେ l


ଶୀତ ସକାଳ ରେ ସତେଜ ଶେଫାଳି

ମହକାଇ ବାସ୍ନା କରେ ଆକୃଷ୍ଟ

ମଉଳି ଯାଉଛି ଆଜି

କାକର ଅଭାବ ରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract