STORYMIRROR

Akshaya Dash

Abstract Children

4  

Akshaya Dash

Abstract Children

ଶୀତ ରହୁ ବସନ୍ତ ଆସୁ

ଶୀତ ରହୁ ବସନ୍ତ ଆସୁ

1 min
6


ଯାଇନି ଶୀତ ଆସୁ ବସନ୍ତ

ହସୁ ଉଦ୍ୟାନ ଫୁଲ,

ପରଜାପତି ଦେଖେଇ ଛାତି

ଉଡୁ ପତଙ୍କ ତୁଲ।

ରହିଛି ଶୀତ ଶୁଣିବା ଗୀତ

ଖାଇବା ଚଣା ଭଜା,

ଆସୁ ବସନ୍ତ ରାଧାଙ୍କ କାନ୍ତ

ବିମାନ କେତେ ମଜା।

ଲାଗୁଛି ଶୀତ ସୁଣରେ ମିତ

କୋଇଲି ଦେଲା ରାବି,

ବସନ୍ତ ପଶି ଆସିବ ହସି

ପ୍ରକୃତି ମୋଡେ ଚାବି।

ଯିବଏ ଶୀତ ଲମ୍ବିବ ହାତ

ପୂଜା ପରବ ମେଳା,

ଆମ୍ବ ବଉଳ ଭଅଁର ଦଳ

ମଧୁର ହେବ ବେଳା।

ନଜାଉ ଶୀତ ଦେହକୁ ହିତ

ଗରମ ଚାରି ମାସ,

ବସନ୍ତ ପରି ବରଷ ଧରି

କରୁତ ଏଠି ବାସ।

ଶୀତ ମଉସା ତୁମ ପରସା

ଚାହା ସହିତ ମୁଢ଼ି,

ବାସନ୍ତୀ ଦେବୀ ମଳୟ ହେବି

ଆନନ୍ଦ ଯିବି ବୁଡି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract