Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Inspirational

3  

Niranjan Mishra

Inspirational

ଶୀତ ପାଇଁ ଗୀତ

ଶୀତ ପାଇଁ ଗୀତ

1 min
120



ଆସ ମୋ ବଉଳ ଆସ

ଆସିଲେଣି ମୋର ସଇ ସଙ୍ଗାତ

ବଉଳ ଲୋ

ଗାଇବା ଶୀତର ଗୀତ

ବଉଳ ଲୋ ।

ଧିରେ ଧିରେ ଆସେ ଶୀତ

ଅଳପ ଅଳପ ହୋଇ ବହୁତ

ବଉଳ ଲୋ

ହରି ନିଏ ଆମ ଚିତ୍ତ

ବଉଳ ଲୋ ।

ଶୀତ ଲୁଗାପଟା ଆଣ

ପିନ୍ଧିବା ତାହାକୁ କରି ଯତନ

ବଉଳ ଲୋ

ଭାଙ୍ଗିବା ଶୀତର ଟାଣ

ବଉଳ ଲୋ ।

ପିଇବା ଉଷୁମ ପାଣି

ଥଣ୍ଡା କାଶ କଫ କିଛି ହେବନି

ବଉଳ ଲୋ

ଉଷୁମ ଲାଗିବ ପୁଣି

ବଉଳ ଲୋ ।

ରାତିରେ ପଡେ ଶିଶିର

ଘରୁ ବାହାରିଲେ ଘୋଡାଅ ଶିର

ବଉଳ ଲୋ

ନଥିବ ଥଣ୍ଡାକୁ ଡର

ବଉଳ ଲୋ ।

ମାଣବସା ଗୁରୁବାର

ଆସୁଛି ଆଗକୁ ଘର ଦୁଆର

ବଉଳ ଲୋ

ଝୋଟି ଦିଶିବ ସୁନ୍ଦର

ବଉଳ ଲୋ ।

ଆସ ଲୋ ବଉଳ ଆସ

ପୁଚି ଖେଳି ଆମେ ହେବା ହରଷ

ବଉଳ ଲୋ

ଶୀତର ହୋଇବ ଶେଷ

ବଉଳ ଲୋ ।

ବରଷକେ ଥରେ ଶୀତ

ଋତୁ ଆସିଛି ସେ ଆମରି ମିତ

ବଉଳ ଲୋ

ଆନନ୍ଦ ଦିଏ ବହୁତ 

ବଉଳ ଲୋ ।


Rate this content
Log in

Similar oriya poem from Inspirational