STORYMIRROR

Anam Charan Sahoo

Abstract

3  

Anam Charan Sahoo

Abstract

ଶୀତ ଆସିଛି

ଶୀତ ଆସିଛି

1 min
271

ଗ୍ରୀଷ୍ମ ପରେ ପରେ ବର୍ଷା ଯିବା ଅନ୍ତେ

ଏବେ ଆସିଅଛି ଶୀତ

ଦେହ ଥରିଯାଏ ଓଠ ଥରିଯାଏ

ବେସୁରା ଶୁଭଇ ଗୀତ ।


ଚଷାଭାଇ ମନ ଦେଖି ସ୍ବର୍ଣ୍ଣ ଧାନ

ଗାଏ ବୀଜୟର ଗୀତି

ନେଇ ଖଳାବାରି ରଖେ ସେ ସାଇତି

ଜାଗି ଉଠେ ଦେଶ ପ୍ରୀତି।


ଚାଦର ସ୍ବେଟର ଟୋପି ମଫଲର

ପଡିଲାଣି ଦରକାର

ପ୍ରକୃତି ଆନନ୍ଦେ ହାତଠାରି ଡାକେ

ଚାଲି ଆସ କୋଳେ ମୋର।


ଯେତେ ରୋଗୀ ଭୋଗୀ ସ୍ବାସ୍ଥ୍ୟ ବଇରାଗୀ

କରନ୍ତି ସକାଳ ବୁଲା

ଅନିଳ ଅନଳ ଦହେ ଦେହ ମୋର

ବିଭୂ ନାମ ଜପାମାଳା।


କାରତିକ ମାସ ପାଳିବା ପଞ୍ଚକ

ଧରମ କରିବା ଠୁଳ

ବୋଇତ ବନ୍ଦାଣ କରି ସମାପନ

ଟେକି ଦେବା ଅର୍ଘ୍ଯ ଥାଳ।


ହୋଇ ଏକତ୍ରିତ ଜାଳି ହୁତାଶନ

ଭାଙ୍ଗିବା ଶୀତ ଗରବ

ଲକ୍ଷ୍ମୀ ମାତାଙ୍କର ପୂଣ୍ୟ ଗୁରୁବାର

ଓଡ଼ିଆ ଘର ପରବ।


ପଞ୍ଚ ମୁରୁଜରେ ଆଙ୍କିଦବ ଘରେ

ମାଆ ମୋର ଲକ୍ଷ୍ମୀ ପାଦ

ପୁରାଣ ଶ୍ରବଣେ ଭଜନ କୀର୍ତ୍ତନେ

ଦୂର ହେବ ପରମାଦ।


ପ୍ରଥମାଷ୍ଟମୀରେ ଏଣ୍ଡୁରି ପିଠାରେ

ମହକିବ ଘରଦ୍ୱାର

ଜ୍ଯେଷ୍ଠ ପୁଅଝିଅ ହୋଇବେ ପୂଜନ

ଉଚ୍ଚ ବିଚାର ଆମର।


କାଲୁଆ ପବନ ଦୋହଲାଏ ତନ

ହେଲେ ଅଟେ ଉପକାରୀ

ରୋଗ କରେ ଦୂର ସୁସ୍ଥ ଏ ଶରୀର

ଆନନ୍ଦ ଦିଅଇ ଭାରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract