STORYMIRROR

Narayan Sethi

Romance Action Inspirational

4  

Narayan Sethi

Romance Action Inspirational

ଶୀର୍ଷକ:- ନିଃସ୍ଵାର୍ଥ ପ୍ରେମ

ଶୀର୍ଷକ:- ନିଃସ୍ଵାର୍ଥ ପ୍ରେମ

2 mins
320



ଲେଖକ:- ନାରାୟଣ ସେଠୀ 



ମୁଁ ତୁମକୁ ବହୁତ ଭଲ ପାଏ 

ତୁମ ର ଅଙ୍ଗ ନଥିଲେ କଣ ହେଲା 

ମୁଁ ପରା ଅଛି 


ଯେମିତି ତୁମ ହୃଦୟ ମୋର 

ଠିକ ସେମିତି ମୋ ଅଙ୍ଗ ଗୁଡ଼ିକ 

ସବୁ କେବଳ ତୁମର..........!!


ମୁଁ ତୁମକୁ ବହୁତ ଭଲପାଏ 

ତୁମେ ଏ ଦୁନିଆଁ କୁ 

ନ ଦେଖି ପାରିଲେ ବି ....


ମୋ ଆଖି ରେ ତୁମକୁ 

ଏ ଦୁନିଆଁ କୁ ଅନୁଭବ କରେଇବି....!!


ମୁଁ ତୁମକୁ ବହୁତ ଭଲପାଏ 

ତୁମ ହୃଦୟ ରେ ମୁଁ ଯେମିତି ଅଛି 

ତୁମ ହୃଦୟ ରେ ଠିକ ସେମିତି ମୁଁ ଅଛି...!!


ତୁମର ସବୁ ଦୁଃଖରେ ମୁଁ ଭାଗୀଦାର ହେବି 

ତୁମ ଦୁଃଖ କୁ ଅନୁଭବ କରିବି 

କିନ୍ତୁ.... 

ତୁମ ହାତକୁ ଗୋଟେ ମୁହୁ୍ତ୍ତ ବି 

ତୁମ ପାଖରୁ ......

ଦୁରେଇକି କେବେବି ଯିବି ନାହିଁ.......!!


ହେଇପାରେ ତୁମ ଦୁଇ ହାତରେ 

ମୋ ଘରର ଏରୁଣ୍ଡି ରେ 

ଚିତା ନ ପକେଇ ପାର 


ହେଇପାରେ ତୁମ ହାତରେ 

ମୋ ହାତକୁ ନ ଧରି ପାର 


କିନ୍ତୁ .....


ତୁମ ସୁନ୍ଦର ପାଦରେ 


ମୋ ଘରର ଏରୁଣ୍ଡି ଦେଇ 

ଶୁଭ ଆଗମନ କରିପାରିବ ....!!


ତୁମର ହସ ହସ କୋମଳ 

ଚେହେରା ରେ....


 ଆଉ ତୁମ 

ମିଠା ମିଠା କଥା ରେ 


ମୋ ଘରର ଖୁସି ଆଉରି 

ଦୁଇ ଗୁଣା ହୋଇଯାଉଛି ......


ଆକାଶ ର ଚାନ୍ଦ ବି 

ଏହା ଦେଖିକି ...


ସତରେ ଲଜେଇ ଯାଉଛି......!!


ପ୍ରେମ ର ମାନେ ନାହିଁ ଯେ


ତୁମେ ଅପସରୀ ପରୀ.... ସୁନ୍ଦର ହେବା 

ପ୍ରେମ ର ମାନେ ହେଉଛି....ମୋ ପାଇଁ 


କେବଳ ତୁମ ହୃଦୟ ରେ ମୁଁ .....

ଆଉ .......


ମୋ ହୃଦୟ ରେ କେବଳ ତୁମେ .... ବାସ 



ସତରେ ମୁଁ ତୁମକୁ ଭଲପାଏ 

ତୁମର ପ୍ରତିଟି ମୁହୂର୍ତ୍ତ ରେ ମୁଁ 


ଆଉ ତୁମ ଆଖ ପାଖରେ ମୁଁ 


ଅନୁଭବ କରିବାକୁ 

ମୁଁ...ନିଃସ୍ଵାର୍ଥ ପ୍ରେମ ର 

ମୋ ପାଇଁ ଉଦାହରଣ କୁହେ....


ପ୍ରେମ ନୁହେଁ ଆଶା 

ପ୍ରେମ ନୁହେଁ ପାଇବାର ମୋହ 

ପ୍ରେମ ନୁହେଁ ବିଶ୍ୱାସ ଘାତକ .....

ପ୍ରେମ ନୁହେଁ ସଂଭୋଗ ର ଲାଳସା 


ପ୍ରେମ କେବଳ ପ୍ରେମ 

ଯାହା ଦୁଇଟି ହୃଦୟର ମିଳନ 


ସେ କଳା ଗୋରା ଆଉ ସୁନ୍ଦର କି

ଅସୁନ୍ଦର ର ....


କୌଣସି କାରଣ କି ଖୁଣ 

ରୁପ କି ଯୌବନକୁ ଖୋଜିନଥାଏ ...!!


ପ୍ରେମ କେବଳ ଗୋଟେ 

ହୃଦୟ ରେ ଥିବା ମନ୍ଦିର 

ଆଉ ସେ ପ୍ରେମର ମନ୍ଦିର କୁ ସ୍ବୀକୃତି ଦେଇ 


ଦୁହେଁ ଦୁହିଁଙ୍କୁ ତ୍ୟାଗ କରିବାକୁ 

ପ୍ରକୃତ ରେ ପ୍ରେମ କୁହାଯାଏ.....!!


ପ୍ରେମ ସଫା ଆଉ ନିର୍ମଳ 

ଆଉ ଏ ପ୍ରେମ ରେ 

କେବଳ ଭଲ ପାଇବା 


ଆଉ ମନ କୁ ମନ 

ବୁଝିବାର କଳା ଆଉ 

ପ୍ରେମ କୁ ପୂଜା କରିବାର 

ମନଭାବ ଆଉ ବିଶ୍ୱାସ ଥାଏ ....!!















ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance