STORYMIRROR

RUNALAILA MOHANTA

Romance

4  

RUNALAILA MOHANTA

Romance

ଶିବ ବିବାହ

ଶିବ ବିବାହ

2 mins
313


ପତ୍ନୀଙ୍କ ଅନ୍ତେ ଭଗବାନ ହୋଇ ମଧ୍ୟ କଲେ ବିଳାପ

ସେ ଆଉ କେହି ନୁହେଁ ମୋ ପ୍ରିୟ ପ୍ରଭୁ ଭୋଳାନାଥ

ବର୍ଷ ବର୍ଷ ଧରି ଯେ ଅପେକ୍ଷାରେ ଥିଲେ ସତୀଙ୍କର

ସେ ଆଉ କେହି ନୁହେଁ ହୃଦୟନାଥ ମୋ ଆଶୁତୋଷ

ପତି ଭକ୍ତି ଯାର ସମୁଦ୍ର ଆକାଶକୁ କରି ଦିଏ ପାର

ତ୍ରିଲୋଚନ ସୁନ୍ଦରୀ ସେ ପ୍ରାଣ ପ୍ରିୟା ମହେଶଙ୍କର

 ପତିବ୍ରତା ସତୀ ନାରୀର ଯିଏ ନିରୀହ ସ୍ୱରୂପ

 ସେ ଆଉ କେହି ନୁହେଁ ମାତା ପାର୍ବତୀ ମୋର

    ଆସିଛି ଆଜି ଶୁଭର ବେଳ 

    ହୋଇବ ପରା ଶିବ ବିବାହ

   ଜ୍ୟେଷ୍ଠ ମାସର ଶୁକ୍ଳ ପଞ୍ଚମୀ ତିଥି

  ବର ବେଶ ଧରି ଯିବେ ଭୋଳା ବାହାରି

  ରାଣୀ ମୈନାଙ୍କ ଝିଅ ସେ ଅପୂର୍ବ ସୁନ୍ଦରୀ

 ଶୀତଳ ଷଷ୍ଠୀରେ ସାଜିବେ ହରଙ୍କ ଗୌରୀ

  ପ୍ରଜାପତି ବ୍ରହ୍ମା କରିବେ ବିବାହ ସମ୍ପନ୍ନ

 କନ୍ୟାଦାନ ଦେବେ ପର୍ବତ ରାଜ ହିମାଳୟ

   ନବ ବଧୁ ମାତା ବାପ ଘର ଛାଡ଼ି

   ଶୁକ୍ଳ ଷଷ୍ଠୀରେ ନେବେ ବିଦାୟ

  ନାଚିବେ ଗାଇବେ ଦେବ ଋଷି ସହ

  ମାନବ ତଥା କେତେ ଭୂତପ୍ରେତ ଗଣ

   ଉଠିବ ପଡ଼ିବ ଝୁମିବ କୈଳାସ

   ପାଇ ଖୁସି ଆନନ୍ଦର ଆଗମନ

ଯାହାଙ୍କ ପ୍ରେମର ଉଦାହରଣ ଦିଏ ସାରା ସଂସାର

ତାଙ୍କ ବିବାହ ବନ୍ଧନରେ କି ସୁଖ ନଥିବ ଟିକେ କୁହ

 ଯାହାଙ୍କୁ ସ୍ମରଣ କଲେ ହୃଦୟ ଚିତ୍ତ ହୁଏ ପ୍ରସନ୍ନ

 ସଦାଶିବ ମଙ୍ଗଳମୟ ସେ କରୁଣାର ନାଥ

 ଆଦି ପରାଶକ୍ତି ପ୍ରକୃତିଙ୍କ ସେ ହୃଦୟ ଚନ୍ଦନ

ଅନାଦି କାଳରୁ ହୋଇ ଆସୁଛି ତାଙ୍କ ପ୍ରେମର ଗାନ 

ତାଙ୍କ ପ୍ରେମ କାହାଣୀ ସଂସାରରେ ଅଦ୍ଵିତୀୟ ଜାଣ

 ଅମର ବର ପ୍ରଦାୟକ ଅକାଳ ମୃତ୍ୟୁ ନିବାରକ

 ଶିବ ଶମ୍ଭୁ ସେ ସଦାଶିବ ଭୋଳା ମହେଶ୍ୱର

  ଯାହାଙ୍କ ପାଇଁ ସାଜିଛନ୍ତି ଦେବୀ ଗୌରୀ

  ଭବାନୀ ପାର୍ବତୀ କାଳୀ ମହାକାଳୀ

  ନାହିଁ ତାଙ୍କ ଅସୀମ ପ୍ରେମର ଅନ୍ତ 

  ନେବାକୁ ପଡୁ ପଛେ ଶତ ଜନମ

ଯେଉଁ ଦେବ ଉପରେ ନପଡେ କାମର ପ୍ରଭାବ

ତାଙ୍କ ହୃଦୟରେ ବସି ପାରିଲେ ଦେବୀସତୀ ଏକ

   ଜନ୍ମ ଜନ୍ମର ସେ ନିବିଡ଼ ସମ୍ପର୍କ 

ଯେଉଁ ରୂପେ ଆସିଲେ ମଧ୍ୟ କେବଳ ସେ ଶିବଙ୍କର

  ପତି ପତ୍ନୀ ହୋଇ ନ ପାରନ୍ତି ଭିନ୍ନ

 ପ୍ରମାଣ ପାଇଁ କଲେ ମିଳିତ ରୂପ ଧାରଣ

 ପତି ଅର୍ଦ୍ଧାଙ୍ଗ ହେଲେ ପତ୍ନୀ ହୁଏ ଅର୍ଦ୍ଧାଙ୍ଗିନୀ

 ଶିବ ଶରୀର ହେଲେ ପାର୍ବତୀ ତାଙ୍କ ପ୍ରାଣ

 ପରସ୍ପରକୁ ଶକ୍ତି ଯୋଗାଏ ତାଙ୍କ ଭକ୍ତି ପ୍ରେମ

  ମାଆ ଆଦିଶକ୍ତିଙ୍କ ଅତୁଟ ଶ୍ରଦ୍ଧା ଶକ୍ତି ସାଜି

 ଆଣି ପାରିଲା ନିରାକାରଙ୍କୁ ଦେଇ ଆକାର

 ମାତୃ ଶକ୍ତିର ଆଧାର ସେ ଦେବୀ ମହାଗୌରୀ

ଶିବଙ୍କ ବଗିଚାରେ ଫୁଟାଇଛନ୍ତି କାର୍ତ୍ତିକେୟ ଗଣପତି

 ଅପୂର୍ବ ପ୍ରେମ ଭକ୍ତିରେ ଭରା ତାଙ୍କ କାହାଣୀ

ଯେତେ ଶୁଣିଲେ ବି ପୁରେନା ମନ ନିଏ ହୃଦୟ ଜିଣି

ଶେଷରେ ତାଙ୍କ ନିକଟରେ କରିବି ଏତିକି ଗୁହାରି

ସଂସାରର ସବୁ ପତିପତ୍ନୀ ହୁଅନ୍ତୁ ତାଙ୍କ ପ୍ରତିଛବି ।


  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance