STORYMIRROR

Prafulla Chandra Mishra

Abstract

2  

Prafulla Chandra Mishra

Abstract

ଶିବ ଆରାଧନା

ଶିବ ଆରାଧନା

1 min
247

ମହା ଶିବରାତ୍ରି , ଜାଗର ପରବ ଆଜି

ଜାଗିଉଠୁ ଜାତି ଜାଗି ଉଠ ବନ୍ଧୁ

ରୁଦ୍ଧ ଦ୍ଵାର ଯାଉ ଭାଙ୍ଗି ,ମହା ଶିବରାତ୍ରି ଆଜି


ମହା ଘନ ଘୋର ଅନ୍ଧାର ରାତି

ଆଲୋକିତ କର ଏହି ରାତିକୁରେ 

ଜାଳିଣ ଜାଗର ବତୀ,

ଜାଗିଉଠ ଭୋଳାନାଥ ମହା ଯୋଗୀ

ତବ ଶ୍ରୀଚରଣେ କରୁଛି ମିନତୀ

ଏ ଜାତିର ନିଦ ଦିଅ ହେ ଭାଙ୍ଗି, ମହା ଶିବରାତ୍ରି ଆଜି


ଶିବମୟ ଆଜି ଏହି ଜଗତ

କର ଜୋଡି ନନ୍ଦି ପଛେ ଠିଆହୋଇ

ଡାକ ମନେ ଭରି ଭକ୍ତି

ଜାଗରିତ ହେବେ ପାର୍ବତୀ ରମଣ

ଉଠିବେ ତାଣ୍ଡବ ପ୍ରୀୟ ତ୍ରୟମ୍ଵକ

ଏ ଜୀବନେ ଭରି ଦେବେ ରେ ଶକ୍ତି, ମହା ଶିବରାତ୍ରି ଆଜି


କେତକୀ,ଧାତୁରା,ବିଲ୍ଵ ଦଳରେ

ମଣ୍ଡିତ କର ହେ ଶିବ ଶଙ୍କରେ

ଜାଗ୍ରତ ପାର୍ବତୀ ପତି 

ଉଠହେ ଧୁର୍ଜଟି ପ୍ରଭୁ ନଟରାଜ 

କରହେ ଯୋଗିଶ ତାଣ୍ଡବ ନୃତ୍ୟ

ବିରୁପାକ୍ଷ ତବ ଯୋଗନିଦ୍ରା ଦିଅ ଭାଙ୍ଗି, ମହା ଶିବରାତ୍ରି ଆଜି


ପ୍ରଜ୍ବଳିତ ଦେଖ ରେ ମହାଦୀପ

ଅଜ୍ଞାନ ଅନ୍ଧାର ହୁଏ ଦୂରିଭୂତ

ଛୁଟିଯାଏ ମନୁ ଭିତି

ଦେବ ଦେବ ମହାଦେବ ଶିବଶମ୍ଭୁ

ଦିଅ ହେ ଆଶିଷ ପାର ହେବି ଭବୁ

ଅମୃତ ମୟ ହେଉ ଏହି ଶିବରାତ୍ରି, ମହାଶିବରାତ୍ରି ଆଜି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract