STORYMIRROR

Mr.Siddheswar Behera

Children

3  

Mr.Siddheswar Behera

Children

ଶିଆଳି ଲତା

ଶିଆଳି ଲତା

1 min
297

ଲତା ଜାତୀୟ ଉଦ୍ଭିଦଟିଏ  

ବଢିବାକୁ ଅନ୍ୟର ସାହାଯ୍ୟ ନିଏ

ନାଆଁଟି ତାର ଶିଆଳି

ପତ୍ର,ଫଳ,ଡାଳ ସବୁ କାମରେ ଲାଗେ

ଗରିବ ଆଦିବାସିର ସେ ଧନ ସମ୍ପତ୍ତି 

ଖଲି, ଚଉପତି ଭଳିକି ଭଳି 

ଶିଆଳି ପତ୍ରରେ ଦିଅନ୍ତି ଗଢି

ସେ ଖଲି,ଚଉପତିରେ ଭୋଜନ 

ଖାଇବା ଲୋକର କିଣଇ ମନ

ଶିଆଳି ଲତାର ଫଳ

କୃମି ମଧୁମେହର କାଳ 

ଛାଲିରୁ ପ୍ରସ୍ତୁତ ଶିଆଳି ରଶି

ହୁଏ ପୁଣି ଶିକା,ପଘା,ଭୋଗେଇ 

ଏ ସବୁ ଘରକରଣା ସାମଗ୍ରୀ 

ସଭିଙ୍କ ମନ ନିଏ ମୋହି

ଶିଆଳି ଲତାର ସର୍ବାଙ୍ଗ 

କାମରେ ଲାଗେ ସଭିଙ୍କ

ଲତା ହୋଇ ସେ ଧନ୍ୟ 

ପ୍ରକୃତିର ଅନନ୍ୟ ଅବଦାନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children