STORYMIRROR

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ବିଜ୍ଞାନ ପାଠ

ବିଜ୍ଞାନ ପାଠ

1 min
146


ପଢୁଅଛି କୁନା ବିଜ୍ଞାନର ପାଠ

ଧ୍ଯାନେ କରେ ଅଧ୍ଯୟନ 

କହୁଥିଲା ସିଏ ବଢୁଅଛି କାଳେ

ଆମ ବିଶ୍ବ ତାପାୟନ ।


ବସୁଅଛି ନୂଆ କଳକାରଖାନା

ନିର୍ଗତ ହୁଅଇ ବାଷ୍ପ 

ବୃଦ୍ଧି ପାଉଅଛି ଗାଡି ଓ ମଟର

ବଢୁଛି ବିଶ୍ବ ଉତ୍ତାପ ।


ପ୍ରଗତି ନିମନ୍ତେ ତିଆରି ହେଉଛି

ଅଟ୍ଟାଳିକା ରାସ୍ତାଘାଟ 

ଜନ ବିସ୍ଫୋରଣ ମନ୍ଦ ପରିଣାମ 

ପରିସ୍ଥାନିକ ସଙ୍କଟ ।


ଜଙ୍ଗଲର ହୁଏ ଦ୍ରୁତ ଅବକ୍ଷୟ

ଅମ୍ଳଜାନ ପୁନଃଚକ୍ର

ହୁଅଇ ବ୍ଯାହତ ଆମ ବାୟୁସ୍ତର

ବିଷାକ୍ତ ଓ ପ୍ରଦୂଷିତ ।


ସବୁଜ କୋଠରୀ ଦୁଷ୍ପ୍ରଭାବ ଯୋଗୁଁ

ଅଙ୍ଗାରକାମ୍ଳ ମାତ୍ରା

ବଢାଏ ଉତ୍ତାପ ପୃଥିବୀ ପୃଷ୍ଠରେ

ଅସହ୍ଯ ଜୀବନ ଯାତ୍ରା ।


ସମୁଦ୍ର ପତ୍ତନ ଲଙ୍ଘୁଅଛି କୂଳ

ଜୁଆର ଆସଇ ମାଡି

ହୁଏ ବୃଷ୍ଟିପାତ ମରୁ ଅଞ୍ଚଳରେ

କେଉଁଠି ମରୁଡି ବଢି ।


ତରଳେ ବରଫ ମେରୁ ପ୍ରଦେଶରେ

ଅନିଶ୍ଚିତ ଜଳବାୟୁ

ଉପୁଜେ ଆଶଙ୍କା ପାଇଯିବ ଲୋପ

ମହାନଗର ବି ବହୁ ।


ଉଦ୍ଭାବିତ ହୁଏ ବହୁ ପୁରାତନ 

ଜୀବାଣୁ ଆଉ ଭୂତାଣୁ

ବରଫର ତଳୁ ପାଇ ଜୀବନ୍ୟାସ 

ବଜାନ୍ତି ବଂଶ କୀଟାଣୁ ।


ଘଟିବ ଅନର୍ଥ ମହା ଭୟଙ୍କର 

ବିତ୍ପାତ ଓ ମହାମାରୀ

ବୈଜ୍ଞାନିକ ଗଣ ଖୋଜନ୍ତି ଉପାୟ

ଚିନ୍ତିତ ଅଛନ୍ତି ଭାରି ।


ଶୁଣି କୁନା ଠାରୁ ବିଷୟ ବୃତ୍ତାନ୍ତ 

ବିଜ୍ଞାନ ପୂର୍ବାନୁମାନ 

ସମାଜରେ ସର୍ବେ ହୁଅନ୍ତୁ ସଜାଗ

ବେଳ ଥାଉଁ ସାବଧାନ ।

 



Rate this content
Log in

Similar oriya poem from Inspirational