STORYMIRROR

Meenakshi Padhy

Tragedy

3  

Meenakshi Padhy

Tragedy

ଶହୀଦ

ଶହୀଦ

1 min
101

ସମର କ୍ଷେତ୍ରେ ଶତୃ ସମ୍ମୁଖେ

ସିଂହ ବିକ୍ରମେ ଯାଇଛି ମାତି,

ଦେଶ ଜନନୀର ରକ୍ଷା ପାଇଁ କି

ନ ଡରି ପତାଇ ଦେଇଛି ଛାତି...।

ମାଆ ର ପଣତ ପୋଛି ଦେଇଥିଲା

ଶରୀରରୁ ଝାଳ, ଆଖିରୁ ଲୁହ,

ଦେଶ ଜନନୀର ତ୍ରିରଙ୍ଗା ପଣତ

ଘୋଡାଇଛି ତା'ର ନିର୍ଜୀବ ଦେହ....।

କାନ୍ଦୁଛି ଜନନୀ, କାନ୍ଦୁଛି ଜନତା

କାନ୍ଦଇ ଜଗ‌ତ ଭାସଇ ଲୁହେ,

ମରିବି ମରିନି ଚିର ଅମଳିନ

ଧନ୍ୟ ଶହୀଦ ଅମର ରହେ...।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy