STORYMIRROR

Manas Manjari Masanta

Tragedy

2  

Manas Manjari Masanta

Tragedy

ଶହୀଦ ପତ୍ନୀର କଥା

ଶହୀଦ ପତ୍ନୀର କଥା

1 min
509


ନଜର ନାହିଁ ବେଶଭୂଷାରେ

ଫୁରୁ ଫୁରୁ ବାଳ, ଶ୍ରୀହୀନ ମସ୍ତକ,

ପଣତକାନି ଲୋଟୁଛି ଭୂମିରେ ।।


ଶୁଖିଯାଇଛି ଲୁହଧାର

ଚିବୁକରେ ସ୍ପଷ୍ଟ ଚିହ୍ନ ତା'ର

ଆଖିରେ ଭରିଛି ଶୂନ୍ୟତା

ସବୁକିଛି ହଜିଯାଇଛି

ହେଲେବି ରହିଛି ପୂର୍ଣ୍ଣତା ।।


ରହି ରହି ଗୁମୁରି ଉଠୁଛି ମନ

ଥମି ଯିବକି ସତରେ ସ୍ପନ୍ଦନ

ହାହାକାର କରି ମନପ୍ରାଣ

ନିଜେ ନିଜକୁ କରୁଛି ପ୍ରଶ୍ନ

ବୋକଦେଇ କହୁଛି ବୁଝେଇ

ହୁଅନାହିଁ ତୁ ମ୍ରିୟମାଣ ।।


କୋଳେତୋର ଅମୂଲ୍ୟ ଉପହାର

ଶେଷ ସନ୍ତକ ଶହୀଦ ବୀରର

ବଳିଦାନ ତା'ର ନ ଯାଉ ବେକାର

ଗୁଣଗାନ କର ବୀରତ୍ବର

ଗର୍ବରେ ଫୁଲିଉଠୁ ଛାତି ତୋର

ଶାନ୍ତି ପାଇବ ଆତ୍ମା ସହିଦର

ସାର୍ଥକ କଲା ଜନ୍ମଦାତ୍ରୀର ସଂସ୍କାର

ସାଜିଲା ସେ ଭାରତ ମାତାର ବରପୁତ୍ର ।।


ଉଚ୍ଚ କରି ସିର, ମାଟି ମା'ର

ହସି ହସି ପ୍ରାଣ କଲା ବିସର୍ଜନ

ମାଟିର ଶରୀର ମାଟିରେ ମିଶିଲା

ଯୁଗ ଯୁଗକୁ ଯଶ ରଖିଗଲା

ସ୍ଵାମୀ ତୋର ଲଭିଲେ ନିର୍ବାଣ ।।


ମାନସ ମଞ୍ଜରୀ ମାସାନ୍ତ

ରେଲ ବିହାର

ଭୁବନେଶ୍ୱର-୨୩


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy