STORYMIRROR

Manas Manjari Masanta

Others

3  

Manas Manjari Masanta

Others

ପ୍ରେମର ପ୍ରତ୍ୟୟ

ପ୍ରେମର ପ୍ରତ୍ୟୟ

1 min
416


ପ୍ରେମର ପ୍ରତ୍ୟୟ

ମନର କେତେ ଯେ ଭାବନା

କିଏ କରିବ ତା ବର୍ଣ୍ଣନା

ଭାବନା କୁ ଯେ ମିଳିବ ଶବ୍ଦ

ସବୁବେଳେ ହୁଏନି ସମ୍ଭବ ।।


ପ୍ରେମ ମୁଁ କରେ ସତ

ଗାଏନି ପ୍ରେମ ଗୀତ

ସେ ଗୀତରେ ମୁଁ ଅଧୁରା

ପ୍ରେମ, ଶାଶ୍ୱତ ସାହାରା ।।


ପ୍ରେମରେ ଭିଜଇ ହୃଦୟ

ସାକ୍ଷୀ ହୋଇ ରହେ ସମୟ

ପ୍ରେମ ଏକ ମିଠା ଜହର

ସାଥୀ ସିଏ ଏକା ବଞ୍ଚିବାର ।।


ମନ ଗହନର ମିଠା ସାଥୀ

ନିଆରା ତାହାର ଭାଵ ପ୍ରିତୀ

ଲାଳିତ୍ୟ ତା'ର ଅବର୍ଣ୍ଣନୀୟ

ମଧୁଝରା ତା' ପ୍ରତିଟି ପ୍ରତ୍ୟୟ ।।


ତାର ସ୍ପର୍ଶରେ ଫଗୁଣ ଆସେ

ଝାଞ୍ଜି ଖରାରେ ମେଘ ବରଷେ

ଭାଵ ବଗିଚାରେ ଫୁଟାଏ ଫୁଲ

ସେ ଫୁଲଟି ଅଟେ ଅମୂଲ ମୂଲ ।।


ମାନସ ମଞ୍ଜରୀ ମାସାନ୍ତ

ରେଲ ବିହାର

ଭୁବନେଶ୍ୱର-୨୩


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍