ସତ୍ୟତା
ସତ୍ୟତା
1 min
987
ଦର୍ପଣରେ ଦିଶେ ନାହିଁ
ମିଛ ପ୍ରତିବିମ୍ବ,
ମନୋବଳ ଦୃଢ ଥିଲେ
ଭାଙ୍ଗେନାହିଁ ଦମ୍ଭ ।।
ନିଜ ଛାଇ କେବେହେଲେ
ଛାଡେନାହିଁ ସାଙ୍ଗ,
ଜହ୍ନ ସାଥେ କଇଁ ର ଯେ
ପୁରାତନ ଭାଵ ।।
ଥରଟିଏ ଛିଣ୍ଡି ଗଲେ
ବିଶ୍ୱାସର ପୁଚ୍ଛ,
ଗୋଳି ହୁଏ ସମ୍ପର୍କରେ
ସନ୍ଦେହର ବିଷ ।।
ଚହଲା ପାଣିରେ ହଲେ
ଆପଣାର ଛାଇ,
ବାଞ୍ଛାକୁମ୍ଭ ପୂରେ ନାହିଁ
ଭାବିଦେଲେ ଶୋଇ ।।
ବ୍ୟଥା ସଙ୍ଗେ ଛାଇ ହୋଇ
ଥିଲେ ନୀରବତା,
ବଦଳାଇ ଦେଇ ସ୍ଥିତି
ଆଣଇ ସ୍ଥିରତା ।।
