ସମୟର ଭେଟ
ସମୟର ଭେଟ
1 min
13.6K
ମୋ ପାଇଁ
ଅମଡ଼ା ବାଟ
ସମୟ ଦେଇଛି
କୁହୁକ ଭେଟ
ଭାଙ୍ଗି ଦେଇ
ସବୁ ଥାଟ୍ଟ
ମିଛରେ ହସୁଛି
ଆଜି ମୋ ଓଠ
କାହିଁକି କେଜାଣି
ମନ ମାନେ ନାହିଁ
ଝୁରେ ମନପକ୍ଷୀ
ସବୁ ଜାଣିଶୁଣି
ମନ ଅମାନିଆ
କିଛିବି ବୁଝେନା
କେଉଁ କର୍ମଦୋଷ
କାହାର ପାଉଣା
ଜୀବନ ସଉଦା
ଅଛି କରିବାର
କରୁଛି ହିସାବ
ପାପ ଓ ପୂଣ୍ୟର
ଅଭିନୟ ସାରି
ଅଛି ଫେରିବାର
ସବୁ ତ କ୍ଷଣିକ
ଅଟେ ଦି ଦିନର
