STORYMIRROR

Manas Manjari Masanta

Others

2.8  

Manas Manjari Masanta

Others

କବିତାର ପରିଭାଷା

କବିତାର ପରିଭାଷା

1 min
13.6K


ସାଙ୍ଗ ଜଣେ କାଲି କହିଲେ

ଲେଖିଦିଅ କବିତାଟିଏ

ମୁଁ କହିଲି କ’ଣ ଲେଖିବି

ଆରେ ମୁଁ ତ କବି ନୁହେଁ

ପଚାରିଲେ ସିଏ

କବିତା କ’ଣ ଶବ୍ଦ

ମୁଁ କହିଲି ନା ନା

ତାହା ମନର ଭାବ

କିଛି ଅଙ୍ଗେ ଲିଭା କଥା

କିଛି ଛାତି ତଳ ବ୍ୟଥା

କିଛି ଅଲିଭା  ଗାଥା

କିଛି କିଛି ନିରବତା
ଯାହା ରୂପନିଏ

ସାଦା କାଗଜରେ

ରଙ୍ଗ ବେରଙ୍ଗର

କଲମ କାଳିରେ

ଅନ୍ତର୍ମନର ଅନ୍ତର୍ଦାହ

ଫୁଟିଉଠେ କବିତାରେ

ସ୍ୱପ୍ନର ପାରିଜାତ

ବାସିଉଠେ ତା ଦେହରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍