କିଛି କଥା
କିଛି କଥା
1 min
802
ବନ୍ଦ ରଖି ଆଖିପତା
କରନି ଭରସା,
କେଉଁ କ୍ଷଣେ ଦେଇଯିବ
ଅଜାଣତେ ଧୋଖା ।।
ନିଶବ୍ଦରେ ଶୁଣ ଥରେ
ବିବେକର ଭାଷା,
ସହଜ ହେବ ଜୀବନେ
ସବୁ ଅଙ୍କକଷା ।।
ଗୁଞ୍ଜରିତ ହେଉଥିବ
ହୃଦ ମନ୍ଦିରରେ,
ସାଥୀ ହୋଇ ରହିଥିବ
ସମସ୍ୟା ହାଟରେ ।।
ଅନାୟାସେ ମିଳିଯିବ
ସମାହିତ ପନ୍ଥା,
ଅପସରି ଯିବ ମନୁ
ସମାଧାନ ଚିନ୍ତା ।।
ହସର ଗହଣା ପିନ୍ଧି
ଲାଜେଇବ ଓଠ,
ନୀଳାଭ ଚକ୍ଷୁରେ ଦେବ
ତୃପ୍ତିର ଚମକ ।।
ମାନସ ମଞ୍ଜରୀ ମାସାନ୍ତ
ରେଲ ବିହାର
ଭୁବନେଶ୍ୱର-୨୩
