STORYMIRROR

Manas Manjari Masanta

Inspirational

2  

Manas Manjari Masanta

Inspirational

ସବୁ ସେଇ ସମୟ

ସବୁ ସେଇ ସମୟ

1 min
613


ଗଡି ଚାଲିଛିତ ସମୟ ଚକ

ଘିରି ଘିରି ହୋଇ ବୁଲୁଛି ଅଖ ।।

ରହିଛି ଜହର ରହିଛି ମଧୁ

ମାନସ ପଟଳେ ସେନେହ ସିନ୍ଧୁ।।

ସମ୍ପର୍କର ରଜ୍ଜୁ ହୋଇଛି ବନ୍ଧା

ଯଉଠି ମହକେ ରଜନିଗନ୍ଧା ।।

ଅନୁଭବ ଜାଣେ ସବୁରି ମୂଲ

କେତେ ରଙ୍ଗ ଭରେ ପ୍ରୀତିର ଫୁଲ।।

ମନ ବିବେକର ହେଲେ ମିଳନ

ଶିଥିଳ ହୁଏନି କେବେ ବନ୍ଧନ ।।

ମନର ଚୌହଦୀ ହୋଇଉଠେ ରଙ୍ଗିନ

ବାଜେ ଶୁଭ ଶଙ୍ଖ,ମାଖେ ପ୍ରିତୀ ଚନ୍ଦନ।।

ଜୁଆର ଭଟ୍ଟାରେ ତରଙ୍ଗାୟିତ

ଭିତ୍ତି ଓ ଭ୍ରାନ୍ତିରେ ଅସନ୍ତୁଳିତ ।।

ବିଶ୍ୱାସ ମୁରୁଜେ ଲେଖିଲେ ଝୋଟି

ଭରସା ହସଇ ଦାନ୍ତ ନିକୁଟି ।।

ଦୁଃଖର ଉଜାଣି ଶ୍ରଦ୍ଧାରେ ହଜେ

ଜୀବନର ଖିଅ ଖୁସିରେ ଭିଜେ।।

ଇନ୍ଦ୍ରଧନୁ ଟାଣେ ରଙ୍ଗ ଓଢଣୀ

ମମତା ସାଜଇ ଦିଗ ବାରେଣି ।।

ସମୟ ସାତସୁରେ ଝଙ୍କାର ତୋଳେ

ବୈଶାଖର ଝାଞ୍ଜିରେ ଆମ୍ବ ବଉଳେ।।

ସମୟ ଆଙ୍କଇ ଛବିଳ ବର୍ଣ୍ଣବୋଧ

ଆଉ ଗଢ଼ିଉଠେ ସପନର ସୌଧ ।।

*********************

ମାନସ ମଞ୍ଜରୀ ମାସାନ୍ତ

ରେଳବିହାର

ଭୁବନେଶ୍ୱର-23


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational