STORYMIRROR

Chittaranjan Nanda

Action Inspirational Others

3  

Chittaranjan Nanda

Action Inspirational Others

ଶହୀଦ ଭଗତ ସିଂହ ସ୍ମରଣେ

ଶହୀଦ ଭଗତ ସିଂହ ସ୍ମରଣେ

1 min
212


ଆଜି ଶହୀଦ ଦିବସ ଉପଲକ୍ଷେ ମୋ ସ୍ଵରଚିତ 

ଶ୍ରଦ୍ଧାଞ୍ଜଳି ସ୍ଵରୂପ କବିତାଟି ସେଇ ନିଃସ୍ଵାର୍ଥ 

ଦେଶପ୍ରେମୀଙ୍କ ଉଦ୍ଦେଶ୍ୟରେ ସମର୍ପିତ.

.. ଜୟ ହିନ୍ଦ୍

****


ଦେଖ ଗଣତନ୍ତ୍ର ଆଜି ବନ୍ଧା ହୋଇଛି

କିଛି ଦଲାଲଙ୍କ କବଳରେ

ନୃପତି, ତାଙ୍କ ଚେଲାମାନେ ଧାଆଁନ୍ତି 

ନିଜ ସ୍ୱାର୍ଥ ହାସଲରେ |୧|


ଦେଶ ସେବା ଆଜି ମାୟା ମିରିଗଙ୍କ 

ଛକିଶୂନ ଖେଳ ହୋଇଛି

ମଣିଷ ହୃଦୟରେ ଶଠତା ସ୍ୱାର୍ଥପରତା 

ଚରମ ଉର୍ଦ୍ଧ୍ବକୁ ଉଠିଛି |୨|


ସତରେ ମନେ ରଖିଛ କି ସୁଖଦେବ-ରାଜ

ଗୁରୁ-ଭଗତ ଦେଶପ୍ରେମର କଥା

କିପରି ବିପ୍ଳବର ବହ୍ନି ଜାଳିଥିଲେ, ସେହି

ଭାରତର ମୁକ୍ତି ସଂଗ୍ରାମର ଗାଥା |୩|


ଫାଶୀ ଖୁଣ୍ଟରେ ଛିଡା ହୋଇ ତେଇଶ ବର୍ଷର 

ଯୁବକର ଇନକ୍ଲାବ୍ ଜିନ୍ଦାବାଦର ସ୍ବର

ସେ ସର୍ଦ୍ଦାର ପୁଅ କିପରି ହଜାଇ ଥିଲା ନିଦ

ଫିରିଙ୍ଗି ଶାସନ ଅନ୍ୟାୟ ଅତ୍ୟାଚାରର ।୪।


ଶିଖାଇ ଯାଇଛନ୍ତି ଏହି ଦିନ, ବୀର ବିପ୍ଳବୀ 

ମାନେ ମରିବୁ ପଛେ ଦୁର୍ବଳ ହେବୁ ନାହିଁ 

ରକ୍ତ କଣିକାରେ ଜାତି ପ୍ରୀତି ଆଉ ଦେଶଭକ୍ତି 

ଯା'ର, ସେ କେବେ ମଥାନତ କରିବ ନାହିଁ  ।୫।


ମରିନାହଁ ହେ ଭଗତ, ଅମର ଶହୀଦ, ତୁମେ 

ବଞ୍ଚିଛ ପ୍ରତି ବିପ୍ଳବୀର ରକ୍ତ କଣିକାରେ,

ଭାରତର ଭବିଷ୍ୟତ ଏବେବି ଇନକ୍ଲାବ୍ ସ୍ବରରେ,  

ଫୁଟି ଉଠୁ ପ୍ରତି ଭାରତୀୟ ହୃଦୟରେ ।୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action