STORYMIRROR

Ajit Kumar Raut

Tragedy

3  

Ajit Kumar Raut

Tragedy

ଶହୀଦ ବାଜିରାଉତ

ଶହୀଦ ବାଜିରାଉତ

1 min
375

ଜନ୍ମ ଜୟନ୍ତୀଟି ଅକ୍ଟୋବର ପାଞ୍ଚ

ବାର ବର୍ଷ ଛୁଆ ଏହୁ,

ଜନ୍ମଭୂମି ପାଇଁ ଶହୀଦ ସେ ହେଲେ

ଅଂଗ୍ରେଜୀ ଗୁଳିରେ ଏହୁ।୧।


ପୁଅ ବାର ବର୍ଷ ଜନ୍ମଭୂମି ପାଇଁ

ଗୁଳିରେ ଢଳି ପଡ଼ିଲା,

ପାରି ହେଲେ ନଈ ଅଂଗ୍ରେଜୀ ସୈନିକ

ସ୍ୱାଧୀନ ରାବ ଶୁଭିଲା।୨।


ଭକ୍ତିପୂତ ଏହୁ ଶ୍ରଦ୍ଧାଞ୍ଜଳି ଆମ

ବିଚ୍ଛନ୍ନାଚଳ ଭୂମିରୁ,

କୋଟି ପ୍ରଣିପାତ ଛୋଟ ଶହୀଦଙ୍କୁ

ରାଷ୍ଟ୍ର ପ୍ରେମ ହୃଦେ ଭରୁ।୩।


ଶହୀଦ ହୋଇଲେ ବାର ବର୍ଷେ ବୀର

ଅଂଗ୍ରେଜୀ ବିରୋଧେ ଲଢି,

ମାତୃଭୂମି ପାଇଁ କୋମଳ ଜୀବନ

କଲେ ତ୍ୟାଗ ବୀର ଲଢି।୪।


ଅଂଗ୍ରେଜୀ ଶାସକ ବିରୋଧର ରାବ

ଗୁଞ୍ଜି ଗଲା ଦେଶ ସାରା,

ମାତୃଭୂମି ପାଇଁ ସଜାଗଟି ହେଲେ

ସ୍ୱତନ୍ତ୍ର ପାଇଲେ ପରା।୫।


ଅହିଂସାର ମନ୍ତ୍ର ଗୁଞ୍ଜିଲା ଦେଶରେ

ବିରୋଧର ହେଲା ସ୍ୱର,

ଏକତ୍ରିତ ହେଲେ ଜନ ସମୁଦାୟ

ଗୁଞ୍ଜିଲା ସ୍ୱାଧୀନ ସ୍ୱର।୬।


ବାଜି ରାଉତଟି ନାମଟି ତାଙ୍କର

ପ୍ରେରଣାର ସ୍ରୋତ ଏହୁ,

ରଖି ଗଲେ ନାମ ଶହୀଦ ପଂକ୍ତିରେ

ରାଷ୍ଟ୍ର ଭକ୍ତ ପରା ଏହୁ।୭।



Rate this content
Log in

Similar oriya poem from Tragedy