ଶହେ ବର୍ଷ ପରେ ବାପୁ
ଶହେ ବର୍ଷ ପରେ ବାପୁ
ଶହେ ବର୍ଷ ତଳେ ଓଡ଼ିଶା ପ୍ରଦେଶେ ବାପୁ ଯେବେ ଆସିଥିଲେ
ନଥିଲା ସ୍ଵତନ୍ତ୍ର ଓଡ଼ିଶା ତେଲେଙ୍ଗା କେତେ ବଙ୍ଗ ବିହାର ରେ
ଖଣ୍ଡ ବିଖଣ୍ଡିତ କରିଣ କୁଚକ୍ରି କରିଥିଲେ ଅଧିକାର
ଚକ୍ରାନ୍ତେ ଭାବିଲେ ବୁଡାଇବା ପାଇଁ ଭାଷା, ଜାତି ଓଡିଆର ।।
ଏବେଳେ ଗାନ୍ଧୀଜି ଦେଖି କହିଥିଲେ “ସ୍ଵତନ୍ତ୍ର ଓଡ଼ିଶା ଦେଶ
ଗଢି ଉଠିବ ତ” ଲେଖାହେବ ଦିନେ ଏ ଜାତିର ଇତିହାସ
ଦେଖିଲେ ଗରିବ ଓଡ଼ିଆ ଜାତିର ଦୁଃସହ ଦୁର୍ଦ୍ଦଶା ଯେତେ
ଅସହ୍ୟ ହୋଇଲା ଦେଖ ଏହି ଚିତ୍ର ଲୁହ ଆସିଗଲା ନେତ୍ରେ ।।
ଦୁର୍ଭିକ୍ଷ ପୀଡ଼ିତ କଙ୍କାଳ ର ଦୃଶ୍ୟୁ ବଳି ଭୀଷଣ ରୂପକୁ
ଦେଖି ଦୁଖେ ମ୍ରିୟମାଣ ହୋଇଥିଲେ ସେଦିନ ମହାତ୍ମା ବାପୁ
ନିରନ୍ନ ଜାତୀର ବାଦାନ୍ୟତା ପଣ କଲା ଅଭିଭୂତ ତାଙ୍କୁ
ଧନ୍ୟ ରେ ଓଡ଼ିଆ ଧନ୍ୟ ଏହି ଜାତି ଭାଷା ନାହିଁ କହିବାକୁ ।।
ବିଖଣ୍ଡିତ ମୁକ ଓଡିଆ ଜନତା ସ୍ଵର କୁ ସେ ଶୁଣିଥିଲେ
ଶହେ ବର୍ଷ ତଳ ସେଦିନର କଥା ଆଜି ପୁଣି ମନେପଡେ ।।
