STORYMIRROR

Debasis Ray

Inspirational

4  

Debasis Ray

Inspirational

ଶଗଡି

ଶଗଡି

1 min
37


 ଜୀବନ ଶଗଡିରେ ଯୋଚା ବଳଦ ଦୁହେଁ

 ଏକ ଶରୀର ଆନ ଆତ୍ମାକୁ ବୁଝାଏ  ।


କର୍ମପଥେ ଗଡିଚାଲେ କେତେ ବାଧକ ସତ୍ବେ

ଅବାଗିଆ ହୋଇଗଲେ ନିଶ୍ଚୟ ଝୁଣ୍ଟେ ।


ଗୋଟିଏ ପାଇଛି ବର ରହେ ଆଜୀବନ 

ଅନ୍ୟଟି ବାର୍ଦ୍ଧକ୍ୟ ହେତୁ କରଇ ପ୍ରସ୍ଥାନ।


 କରିସାରି ସମସ୍ତ କର୍ମ ଜୀବନ ମାର୍ଗର 

ଚାଲିଯାଏ ଶୂନ୍ୟକୁ ଦେବାପାଇଁ ହିସାବ ନିଜର।


ଅନ୍ୟଏକ ଯୋଚା ଯାଏ ତତକ୍ଷଣ ନିମିଷେ

ପୁନଶ୍ଚ ଗତିଶୀଳ ଶଗଡି ଚଳେ ଅନ୍ୟାୟାଷେ।


ଏହି ଦର୍ଶନର ଅଟେ ଏହାହିଁ ସ୍ବାତନ୍ତ୍ର୍ୟ 

ଶଗଡି ବତାଇଯାଏ ତାହାର ବୈଚିତ୍ର୍ୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational