STORYMIRROR

Niranjan Sahu

Tragedy

3  

Niranjan Sahu

Tragedy

ଶଗଡ଼

ଶଗଡ଼

1 min
529

ଶଗଡ଼ ଗାଡ଼ିରେ ଶଗଡ଼ ଗାଡ଼ି   

ଦିନେ ଥିଲୁ ଆମ ଭରସା

ଇଞ୍ଜିନ ଚାଳିତ ଗାଡି ଆସିବାରୁ

ହୋଇଗଲୁ ତୁହି ନିରାଶା


ଟ୍ରାକ୍ଟର ଟେମ୍ପୁ ମାଳ ମାଳ ହେଲା

ଗାଁ ଗଣ୍ଡା ସାହି ଗଳିକନ୍ଦିରେ

ଟ୍ରାକ୍ଟର ଟେମ୍ପୁରେ ସବୁ କାମ କଲେ

ତୋତେ ବା ଆଉ କିଏ ପଚାରେ


କାଳିଆ କସରା ଅଲୋଡ଼ା ହୋଇଲେ

ଇଂଜିନ ଚାଳିତ ଆଗରେ

ଇଂଜିନ ଚାଳିତ ମାଲା ମାଲ ହେଲେ

ଶଗଡ଼ିଆ ରହେ ଦୁଃଖରେ


ପୁରୁଣା ହୋଇଲୁ ବହିରେ ରହିଲୁ

ଲୋକଲୋଚନରୁ ଦୂରେଇଲୁ

ବିଜ୍ଞାନ ଯୁଗରେ ବିଜ୍ଞାନ ଆଗରେ

ଇତିହାସ ହୋଇ ରହିଗଲୁ


ଏଇ ଦୁନିଆଁକୁ ଗଢିବାର ପାଇଁ

ତୋର ଅବଦାନ ଅଛି

ପୁରୁଣା ହେଲେ ବି ତୁ ଆମ ପାଇଁ

କରିଅଛୁ ବହୁ କିଛି


ସମୟ ଆଗରେ ହାର ମାନିବା

ଯୁଗେ ଯୁଗେ ରହିଅଛି

କେତେ ହାରିଛନ୍ତି ସମୟ ପାଖରେ

ଦୁଃଖ କରନାହିଁ କିଛି



Rate this content
Log in

Similar oriya poem from Tragedy