STORYMIRROR

Er. Prakash Majhi

Inspirational Children

4  

Er. Prakash Majhi

Inspirational Children

ଶଗଡ ଗାଡି

ଶଗଡ ଗାଡି

1 min
658

ହଜାର ହଜାର ବରଷ ଧରି ମୁଁ

କରିଛି ମଣିଷ ସେବା

ରାଜା ଓ ରାଜୁଡା ସଜାଇ ମୋତେରେ

କରନ୍ତି ଯିବା ଆସିବା। (୧)


ଶରୀରଟି କାଠ, ଲୁହା ଓ ବାଉଁଶେ

ହୋଇଥାଏ ମୋର ଗଢା

ଚକ ଅଖ ଦଣ୍ଡା ଯୁଆଳି ମୋ ଅଙ୍ଗ

ଟାଣେ ବଳଦ ଓ ଘୋଡା। (୨)


ଶଗଡିଆ ମୋର ଚାଳକ ଅଟଇ

ଧାରେ ଘେରା ଲୁହାପାତ

ଚକ ଦୁଇଟିକୁ ଧରି ରଖେ ଅଖ

ଯୁଆଳିରେ ବନ୍ଧା ମୁଁ ତ। (୩)


ସବୁ ପଥେ ଯାଏ ବିନା ପ୍ରଦୂଷଣେ

ଖାଲ ଖମା ପାର ହୋଇ

ଶଗଡ ଉପରେ ବସି ଶଗଡିଆ

ଖୁସି ମନେ ଗୀତ ଗାଇ। (୪)


ମଟର ଚାଳିତ ଯାନ ବାହାରିଛି

ତଥାପି ମଣିଷ ସାଥେ

ରହିବାକୁ ଇଚ୍ଛା ରଖ ଯୁଗେ ଯୁଗେ

ରକେଟ ଯୁଗେବି ମୋତେ। (୫)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational