STORYMIRROR

Chinmaya Kumar Nayak

Romance

3  

Chinmaya Kumar Nayak

Romance

ଶେଷକଥା

ଶେଷକଥା

1 min
150

ପରିଶେଷରେ ଶେଷକଥା ଲେଖିବା ଆଗରୁ

ଆସ ଥରେ ନିରେଖି ଦେଖି ନିଏ ତୁମକୁ 

ଉପକ୍ରମରୁ ଏ ପର୍ଯ୍ୟନ୍ତ ତୁମକୁ ମୁଁ କିପରି ଲେଖିଛି,

ଯଦି ସଂଯୋଜନାରେ ଥାଏ କିଛି ତ୍ରୁଟି କି ବିଚ୍ୟୁତି

ତେବେ ସଜାଡ଼ି ଦେବି ତୁମ ଅଲରା କେଶକୁ

ଖସିଥିବା ଓଢଣୀକୁ ଆଉଟିକେ ଟାଣି ଦେଇ

ଆଉ ଟିକେ ଗାଢ଼ କରିଦେବି ତୁମ ସଲ୍ଲଜ ଚାହାଣୀର ରଙ୍ଗ

ରହିଯାଅ, ଆଉ କେଇ ଘଡ଼ି ଶେଷକଥା ଲେଖା ବାକି ଅଛି। 


ଆଉ କଣ ବା କହିବି ଶେଷରେ,

ଯାହା ମୁଁ ଶିଖିଛି ସେଇ ପୁରୁଣା କଥା କେତୋଟି

ପୁଣି ଫେରିବ ଖୁବ ଶୀଘ୍ର ମୋର ଏଇ ଅଗଣାକୁ

ଗଲା ବେଳେ ଦେଖି ଚାହିଁ ଯିବ ଓ ଯତ୍ନ ନେଉଥିବଟି ନିଜର

ଏଇ ଯେଉଁ ଆଜି ଏ ଅନ୍ଧାରକୁ ଆଲୋକିତ କରିଦେଇ ଗଲ,

ତୁମେ ଗଲା ପରେ ଜଳକା ହେବ ମୋ ଆଖି

ରାତି ପାହି ହେବା ଯାଏଁ କାଲିର ସକାଳ। 


ଯେତେ ଲେଖିଲେ ବି ଆଉ କିଛି ଶେଷକଥା ବାକି ରହିଯାଏ,

ଯେତେ ଦେଖିଲେ ବି ଆଉ କିଛି 'ତୁମେ'ରୁ ବାକି ରହିଯାଏ,

କେଜାଣି ଏ କବିତାର ଶବ୍ଦମାଳା ମୋ ପାଖେ ରହିବେ

କି ତୁମ ସାଥେ ଫେରିଯିବେ ତୁମ ବଗିଚାକୁ ମୋ ମନା ନ ମାନି

କିନ୍ତୁ ତୁମ ଶେଷକଥାଟିକୁ ମୋତେ ଦେଇଯିବ

ତୁମେ ଫେର କି ନ ଫେର ସାଇତି ରଖିବି ପାଶେ

କାଗଜରେ ଖାଲି ପୃଷ୍ଠା କିଛି ବଳକା ଥିବା ଯାଏଁ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance