STORYMIRROR

Manash ranjan Pattanayak

Romance Tragedy

4  

Manash ranjan Pattanayak

Romance Tragedy

ଶେଷଚିଠି

ଶେଷଚିଠି

1 min
257

  


କେତେ କେତେ ଚିଠି ଲେଖିଥିଲା କିଏ ରଖିନି ତାର ଠିକଣା,

ଶେଷଚିଠି ଯେବେ ଆସିଲା ଡାକରେ ଶୁଭିଲା ପ୍ରିୟା କାନ୍ଦଣା।


ଭଲ ପାଉ ବୋଲି ଲେଖିଥିଲା ଦିନେ ଏ ମାୟା ମିଛସଂସାରେ,

ଛନ୍ଦି ହେଲା ନାହିଁ ମୋ ଗଳାରେ କେବେ ରାତିଦିନ ତାକୁ ଝୁରେ।


ସେହି ଚିଠି ଖଣ୍ଡି ହାତେ ଧରି ମୁହିଁ ତାର କଥା ଯେବେ ଭାବେ,

ସତେ ସାତସିନ୍ଧୁ ପାର ହୋଇଯାଇ ବସିଥାଏ ସେହି ନାବେ।


ଚିଠି ଲେଖି ଲେଖି ଥକିଗଲା ବୋଧେ ମିଳିଲା ନାହିଁ ଉତ୍ତର,

ପ୍ରେମ ନକରିଣ ପ୍ରେମିକା ସାଜିଲା ବଡବିଚିତ୍ର ସଂସାର।


ତାର ଚିଠି କାଢ଼ି ଭାବୁଥାଏ ମୁହିଁ ଅଛି ସେହି ମୋର ପାଖେ,

ଝାପ୍‌ସା ଅକ୍ଷର ବାରି ହେଉନାହିଁ ଆଖି ସେହିଠାରେ ଲାଖେ।


ସୁନେଲି ସପନ ଅଧା ରହିଗଲା ଅଧା ରହିଗଲା ପ୍ରେମ,

ସଜବାଜ ହେବା ଏଣିକି ଆମ୍ଭେ ହୋ ଡାକିଲାଣି କାଳଯମ।


ଶେଷଚିଠି ତାର ନେଇକି ସଙ୍ଗତେ ଯିବି ମଶାଣୀର ତୀରେ,

ମୋ ଛାତି ଉପରେ ଥୁଆହେବ ଯାଇ ଦେଖୁଥିବ ସିଏ ଦୂରେ।


ନିଆଁ ଲାଗି ଯେବେ ପୋଡିବରେ ଦେହ ପୋଡିବ ତା ଶେଷ ଚିଠି,

ଜନ୍ମଜନ୍ମାନ୍ତରେ ଲିଭିଯିବ ନାମ ସୂରୁଜ ଆସୁଛି ଉଠି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance