STORYMIRROR

Alhadini Panigrahi dash

Tragedy

4  

Alhadini Panigrahi dash

Tragedy

ଶେଷ ଠିକଣା

ଶେଷ ଠିକଣା

1 min
237

ମୋ ମନ ସିନ୍ଦୁକେ କୋଲପ ପକାଇ

 ବନ୍ଦୀ କରିଦେଲ ମୋତେ

ଚାବିଟି କେଉଁଠି ଦେଇଛି ହଜାଇ

 ଖୋଜିଲେ ମିଳୁନି ସତେ(୧)


ମୁଦିଟିଏ ମୋତେ

ପିନ୍ଧାଇ ଦେଲ ଗୋ

 ମୁ ତୁମକୁ ପିନ୍ଧାଇଲି

ମୁଦି ପିନ୍ଧା ଦିନୁ

ଆରମ୍ଭ ହେଲା ଗୋ

 ଆମ୍ଭର ପ୍ରଥମ ପ୍ରିତୀ (୨)


ପ୍ରୀତିରୁ ପ୍ରଣୟ

ପ୍ରଣୟୁ ମିଳନ

 ମିଳନୁ ସୃଷ୍ଟି ସଂସାର

ପୁତ୍ରକୁ ପାଇଲି ଜଗତ ଭୁଲିଲି

 ଭୁଲିଲି ଆପଣା ମନ (୩)


ମା ଟିଏ ହେଲି କେତେ

ଗର୍ବ କଲି

 ପୁଅଟେ ପାଇଲି ବୋଲି

ନିଜ ରକ୍ତ,ମାଂସ ଆୟୁଷ ତ ଦେଇ

 ତା ଯତ୍ନରେ ଲାଗି ଗଲି (୪)


ଆଜି ସେଇ ପୁତ୍ର ବଡ ହୋଇଗଲା

 କରି ଦେଲା ମୋତେ ପର

ନିଜ ହାତଗଢା ଘରୁ ତଡିଦେଲା

 ଜରାଶ୍ରମ ହେଲା ଘର (୫)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy