STORYMIRROR

Chinmaya Kumar Nayak

Romance

3  

Chinmaya Kumar Nayak

Romance

ଶେଷ ସନ୍ତକ

ଶେଷ ସନ୍ତକ

1 min
163

ତୁମେ ଗଲା ପରେ ତୁମ ପଛେ ପଛେ

ଫଗୁଣ ଯାଇଛି ଫେରି 

ମୋ ଛାତି ଚାରି ପାଖେ କୁହୁଡ଼ି ବଳୟ

ବଉଳ ଗଲାଣି ଝରି। 


ସେଇ ଝରା ବଉଳର ଶୁଖିଲା ପାଖୁଡ଼ା

ମୋ ଶେଷ ସନ୍ତକ ପରି 

ରଖି ମୁଁ ଭାବୁଛି ଆଜି କିମ୍ବା କାଲି

ତୁମେ ଆସିବ ନିଶ୍ଚୟ ଫେରି।। 


ମଉଳି ଯାଇଛି ଗୋଲାପ ବଗିଚା

ଫୁଟୁନାହିଁ ଆଉ ଫୁଲ 

କେଜାଣି କି ଯାଦୁ କରି ଗଲ ଚାଲି

ଶୁଖି ଗଲାଣି ତା ଡାଳ। 


ନିଜ ହାତେ ଯେଉଁ ଗଛ ରୋପି ଥିଲ

ଆଖି ତାର ଛଳଛଳ 

ତୁମରି ପରି ସେ ନିରବି ଯାଇଛି

ମୋ ସାଥିରେ କରି ଗୋଳ। 


ସାଇତି ରଖିଛି ଗୋଲାପି ରୁମାଲ

ତୁମ ଛୁଆଁ ଦେଇ ଯାଏ 

ତୁମେ ଦେଇଥିବା କଲମରେ ଲେଖି

କବିତା ମୁଁ ନିଜେ ଗାଏ। 


ନଥାଇ ବି ତୁମେ ଥିଲା ପରି ଲାଗ

ଯେବେ ବର୍ଷା ହୁଏ ଅସରାଏ 

ଆଉ କି ଏମିତି ସୁଖରେ ଦୁଃଖରେ

ଆଖିରୁ ଲୁହ ଝରାଏ !!


କିଏ କହେ ତୁମେ ନାହଁ ଏଠି ବୋଲି

କାହିଁ ମୋତେ ଜଣା ପଡ଼େ ନାହିଁ

ଯେବେ ମୁଁ ଆଇନା ଦେଖେ ତୁମେ ଥାଇ

ପଛେ ଲୁଚି ପରା ଦିଅ ଛୁଇଁ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance