ଶେଷ ସମୟ
ଶେଷ ସମୟ
ନିଜକୁ ଦେଖେ ଯେବେ ସତ ଆଇନାରେ
ଦେହସାରା ଖାଲି ମିଛ ସତ ଚିହ୍ନ ନାହିଁରେ
ଫେଡିଲି ,ଗୁଣିଲି ଶେଷେ ହରଣ ବି କଲି
ମିଛର ଭାଗଶେଷ ଶୂନ ନ କରିପାରିଲି
କେତେ ଆଉ ଅଙ୍କ କଷିବି
ସବୁଥର ପରି ସେଇ ପ୍ରାରମ୍ଭରେ
ସତ କହିବାକୁ ଚେଷ୍ଟା କଲାବେଳେ
ମିଛ ଆସି ମୋ ବାଟ ଓଗାଳେ
କେତେ ଆଉ ଚାଲିବି କତେ ଝୁଣ୍ଟିବି
ସରି ଆସିଲାଣି ବେଳ
ଲେଉଟାଣି ନେଲାବେଳେ ଶୁଣିବ କାନଡେରି
କାଳେ ସତକଥା ପଦେ ତୁଣ୍ଡୁ ବାହାରିବ
ମିଛୁଆ ଥିଲି ବୋଲି ଦୋଷ ନଦେବ
ସବୁ ମିଛ ଭିତରେ ବି
ମୋ କୋକେଇ ଦାଢେ ରାମ ନାମ ସତ୍ୟ ଥିବ ।
