Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Tragedy

4  

Bijay Prusty

Tragedy

ଶେଷ ସମ୍ବଳ ମୋ ଲୁହ

ଶେଷ ସମ୍ବଳ ମୋ ଲୁହ

1 min
104


ଶେଷ ସମ୍ବଳ ମୋ ଲୁହ

କେତେଦିନ ଆଉ ତୁମରି ଦୟାରେ

ବଞ୍ଚିବାକୁ ମୋତେ ହେବ

କେତେଦିନ ଆଉ ମୋ ନିରବ ଆଖି

ନିରବରେ ଭିଜୁଥିବ I

କେତେଦିନ ଆଉ ମୋ ବାଳୁତ ପିଲା

ତୁମଘରେ ଖଟୁଥିବ

କେତେଦିନ ଆଉ ଆମ ଝିଅ ବେହୂ

ଇଜ୍ଜତ କୁ ନେଉଥିବ I

ଟଙ୍କା କିଛିପାଇଁ ବନ୍ଧା ରଖିଅଛ

ବାଳୁତ ପିଲାକୁ ମୋର 

ସୁଧ ମୂଳ ଯେତେ ସୁଝି ଚାଲିଲେ ବି

ବଢିଚାଲେ ଋଣ ଭାର I

ଏବେ ପୁଣି ତୁମ ଆଖିରେ ପଡିଛି

ମୋ ବଢିଲା ଝିଅ ଦେହ

ସେଇଥି ପାଇଁକି ନିତି ନିତି ମୋତେ

କେତେ ଯେ ଲୋଭ ଦେଖାଅ I

କହି ହେଉନାହିଁ ସହି ହେଉନାହିଁ

କି କରିବି ମୋତେ କୁହ

ମୋ ନିଜର ହୋଇ କିଛି ଆଉ ନାହିଁ

ଅଛି ଆଖି ଭର୍ତ୍ତି ଲୁହ I

         


Rate this content
Log in

Similar oriya poem from Tragedy