ଶେଷ ଶ୍ରାବଣ
ଶେଷ ଶ୍ରାବଣ
ତପ୍ତ ପାଣିରେ ଜଳେନି କୁଡ଼ିଆ
ଗଢ଼େନି ଭଙ୍ଗା ଗାଗରି,(ମାଠିଆ)
ଥରେ ଚାଲିଗଲେ ବାସ୍ନା କର୍ପୂର
ହରାଇ ବସେ ତା ଶିରୀ
ଥରେ ଲିଭିଗଲେ ପ୍ରଦୀପ ମାତର
ଅନ୍ଧାର /ଉଜ୍ବଳ ନାସେ
ବୟସ ଖସିଲେ /ସୌବନ ଖସଇ
ଶେଷ ଶ୍ରାବଣର ଶେଷେ
କଳା,ରଙ୍ଗ,ସର /ସଫେଦ୍ ଚାଦରେ
କୋଳେଇ ଘୋଡେ଼ଇ ଧରେ
ସହସ୍ର ଶୃଙ୍ଗାର /ମନ ଗଢୁଥିଲେ
ଆଉକି ସୌନ୍ଦର୍ଯ୍ୟ ଭରେ
ଦୀପ୍ତି ଲିଭଇ /ତପ୍ତ ମରଇ
ସମାପ୍ତ ମନର ଭେଦ
କାମନାର ବନ୍ଧ /ଭୁଶୁଡି ପଡଇ
ଆଣିଦିଏ ପୂର୍ଣ୍ଣଛେଦ
କ୍ଳାନ୍ତ ,ଶ୍ରାନ୍ତ,ଭ୍ରାନ୍ତ/ମସ୍ତିଷ୍କ ନିଦ୍ରା
ଶରୀର ଖୋଜଇ ଜୁଇ
ଅବଶୋଷ ଯାହା ଅପୂର୍ଣ୍ଣ ହୁଅଇ
କୋକେଇ ରେ ଗଲେ ଶୋଇ
