STORYMIRROR

Kabiratna Nutan Kumar Behera

Romance Tragedy Classics

4  

Kabiratna Nutan Kumar Behera

Romance Tragedy Classics

ଶେଷ ପ୍ରଶ୍ନ

ଶେଷ ପ୍ରଶ୍ନ

1 min
299


ଜୀବନ ଉପତ୍ୟକାର ସୁଦୂର ପ୍ରସାରୀ ଦିଗନ୍ତରେ

ଭାବନାର ପକ୍ଷୀ ଉଡି ବୁଲୁ ବୁଲୁ ଡେଣା ଝାଡ଼ି

ଖୋଜି ବୁଲେ ଏକ ଅଭୟ ନିର୍ଭୟ ଆଶ୍ରୟସ୍ଥଳ

କେଉଁ ମହାଦ୍ରୁମର ଶାଖା ଡାଳରେ ବାନ୍ଧିବ ବସା

ଆଶାର କଢ଼ ତାର ଫୁଟି ମହକିବ ମଧୁ ବସନ୍ତରେ

ସରସ ସୁନ୍ଦର କରି ଗଢ଼ିବ ତାର ଭବିଷ୍ୟତ

ଆଙ୍କୁ ଆଙ୍କୁ ମନେ ତାର ଅସରନ୍ତି ସ୍ବପ୍ନିଳ ଚିତ୍ରପଟ୍ଟ 

ସାମ୍ନାକୁ ଆସେ ଅନେକ କଠିନ ଜଟିଳ ପ୍ରଶ୍ନ

ଉତ୍ତର ଖୋଜିବାର ପ୍ରୟାସରେ କରୁ ଅଭିଯାନ

ତୁମ ସାଥେ ସ୍ଥାପିବାକୁ ଏକ ପବିତ୍ର ସଂପର୍କ

ଅନେକ ପ୍ରଶ୍ନକୁ ଉଭୟେ କରୁ ଆମେ ତର୍ଜମା

ମୋ ଉତ୍ତର ତୁମ ଉତ୍ତର ମିଶି ହୁଏ ଯେବେ ଏକ

ପରସ୍ପର ହେଉ ଆମେ ନିକଟରୁ ନିକଟତର

ରୁଚି ସାଥେ ରୁଚି ନୀତି ସାଥେ ନୀତି ମିଶିଲା ପରେ

ମନ ହୃଦୟ ବି ହୋଇଯାଏ ଏକ ଓ ଅଭିନ୍ନ

ତଥାପି କାହିଁକି ଅଟକି ଯାଏ ଆମର ଗତି ପ୍ରଗତି

ଅନ୍ଧ ବୁଝାମଣାର ଅଙ୍କାବଙ୍କା ଅଜଣା ଗଳିରେ

ପ୍ରଶ୍ନମାନେ ଠିଆ ହୁଅନ୍ତି ଆଗରେ ପାଚେରୀ ହୋଇ

ତୁମ ସାଥେ ହୁଏ ବାକ୍ ଯୁଦ୍ଧ ମନ ହୁଏ ଭାରାକ୍ରାନ୍ତ

ଜୀବନ ଜିଇଁବାରେ ମିଳେନା ଖୋଜୁଥିବା ଆନନ୍ଦ

ଭରସା ବିଶ୍ଵାସ ସବୁ ପାଲଟି ଯାଏ ଉତ୍କଟ ବିଷ

ମୁଖ ମଣ୍ଡଳରୁ ହଜିଯାଏ ଫୁଟାଫୁଲର ସତେଜ ହସ

ତୁମେ ଦୋଷରୋପ କର ମୋତେ ମୁଁ କରେ ତୁମକୁ

ବାଦ ବିବାଦର ପ୍ରତିଦ୍ବନ୍ଦିତାରେ ପ୍ରତିରୋଧ ପ୍ରତିହିଂସା

କରିଦିଏ ଆମ ଭବିଷ୍ୟତକୁ ମେଘାଚ୍ଛନ୍ନ ଆକାଶ ପରି

ବର୍ଷା ବର୍ଷିବା ଆଗରୁ ହୁଏ ଭୟଙ୍କର ବଜ୍ରପାତ

ତୁମ ଉପରୁ ମୋର ମୋ ଉପରୁ ତୁମର ହଜେ ଆସ୍ଥା 

ରହିଯାଏ ଅନେକ କିଛି ତୃଷ୍ଣା ବିତୃଷ୍ଣାର ଅବସାଦ

ଏତେ ଘନିଷ୍ଠତା ଭିତରେ କାହିଁକି ଅବାଞ୍ଛିତ ଆକ୍ରୋଶ

ଯା' ସବୁଦିନ ପାଇଁ ହୋଇ ରହେ ଏକ ଶେଷ ପ୍ରଶ୍ନ।

       



Rate this content
Log in

Similar oriya poem from Romance