STORYMIRROR

Chinmaya Kumar Nayak

Inspirational

3  

Chinmaya Kumar Nayak

Inspirational

ଶେଷ ଫଗୁଣର ଚିଠି

ଶେଷ ଫଗୁଣର ଚିଠି

1 min
379

ସେ ପଥର ବୋଲି ତ ଅତୁଟ ଓ ଅକ୍ଷୁର୍ଣ୍ଣ ଆଜି ଯାଏଁ କାହିଁ କେତେ କାଳୁ,

ତୁମେ ତାକୁ କହିପାର ରୁକ୍ଷ ଓ କଠୋର ନିନ୍ଦୁଥାଉ ଯିଏ ଯେତେ ପାରୁ,

ଅସଂଖ୍ୟ ଆବେଗ ସେଠି ଧରାଶାୟୀ ସତ ପଥରର ଦୃଢ଼ତା ପାଖରେ

ଅଭ୍ୟନ୍ତରରେ କିନ୍ତୁ କ୍ଷୀଣ ଏକ ସ୍ଵଚ୍ଛ ଧାରାଟିଏ ବୋହୁଥାଏ ହୋଇ କୁଳୁକୁଳୁ। 


ନିର୍ଜୀବ ସେ ନୁହେଁ କିନ୍ତୁ ଜୀବନର ଏକ ଦୃଢ଼ ନିଷ୍ଠାପର ନିୟମ ପାଳକ,

ଶତ ବାଧା ଛାତି ପାତି ସହେ ଭୁଲେ ଯେତେ ଭାବପ୍ରବଣତାର ଭୋକ,

ମସୃଣ ପିଠିରେ ତାର ଲୁକ୍କାୟିତ ବ୍ୟଥାର ସ୍ତରୀଭୂତ ପ୍ରସ୍ତର କଣିକା

ପଥର ବୋଲି ତା ଚିତ୍ତେ ନାହିଁ କେବେ ଅଭିଯୋଗ କି ପଶ୍ଚାତାପର ସ୍ତବକ। 


ଅସରନ୍ତି ସଂଘର୍ଷର ଲାଲ ରକ୍ତଛିଟା ଲେଖା ଅଛି ତା କପାଳ ପୃଷ୍ଠରେ,

ନିୟତିକୁ ଆଶିଷ ଭାବି ପ୍ରାରବ୍ଧ ସେ ଭୋଗିଚାଲେ ବିନା ଅଭିଯୋଗରେ,

କିଏ କରେ ପୂଜା ତାକୁ କେହି କରେ ପାଦାସନ ସେ କିନ୍ତୁ ନିଶ୍ଚଳ

ସେ ଏକ ଧ୍ୟାନସ୍ଥ କବିତା, ଫୁଲ ସିନା ଫୁଟେ ନାହିଁ ସତ୍ୟତାର ଚିତ୍ର ଅଙ୍କା ତା ଗାତ୍ରରେ। 


କେହି ତାକୁ ପଢେନାହିଁ ଆୟୁଷର ପରିଧି ଭିତରେ ଭାବି ଖଣ୍ଡେ ମାଟି,

ନିନ୍ଦିତ ସେ ହୁଏ ସଦା କେବେ ସୁଅ କାଟେ ବୋଲି ପୁଣି କେବେ ସୁଅ ଦିଏ କାଟି

ତଥାପି ସେ ସ୍ମୃତି ହେଲା ପରେ ତା ପରେ ଅଙ୍କିତ ରେଖା ପାଲଟେ ଇତିହାସଟିଏ,

ତୁମେ ଯାହାକୁ ଇତିହାସ କୁହ ସେ ପରା ତାର ଏକ ଶେଷ ଫଗୁଣର ଅଙ୍ଗେନିଭା ଚିଠି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational