STORYMIRROR

Trushna Das

Tragedy Inspirational

3  

Trushna Das

Tragedy Inspirational

ଶେଷ ନିଷ୍ପତ୍ତିର ଠିକଣା

ଶେଷ ନିଷ୍ପତ୍ତିର ଠିକଣା

2 mins
223

ଭାବିଲା ବେଳକୁ ଶେଷ ନିଷ୍ପତ୍ତିର ଠିକଣା 

ମନେ ପଡେ ଜୀବନର ସବୁ ଘଟଣା 

ଜାଣେନା ସେ ସବୁ କଣ ଥିଲା ଘଟଣା ନା ଦୁର୍ଘଟଣା 

ହେଲେ ସେ ସବୁ ଥିଲା ମୋ ଜୀବନର ଠିକଣା।


ବରଷାର ଛିଟାରେ 

ମନେ ପଡେ ତୁମ ପ୍ରେମର ଛିଟା ଯେ

ଜାଣି ନ ଥିଲି ସେଇ ପ୍ରେମର ଛିଟାରେ 

ଥିଲା ଛଳନା ଆଉ ପ୍ରତାରଣାର ଛିଟା ଯେ। 


ଖୋଜି ଜହ୍ନର ଠିକଣା 

ହୋଇଗଲା ଜୀବନେ ଦୁର୍ଘଟଣା 

ପ୍ରେମ ଭାବି ପାଇଲି ପ୍ରତାରଣା 

ଜାଣି ନ ଥିଲି ତାହା ଥିଲା ତୁମର ମୋ ପାଇଁ ଛଳନା।


ମୋର ଛନ୍ଦହୀନ ଜୀବନେ 

ଆସି ଛନ୍ଦି ହୋଇ ଗଲ ତୁମେ 

ହୋଇ ଜୀବନ ସାଥୀ ତୁମେ 

ଲେଖି ଦେଇ ଗଲ ଛଳନା କଳଙ୍କର ଗୀତ ଯେ। 


ଆଧୁନିକତାର ବଶୀଭୂତ ହୋଇ 

ନିଜ ଭିଟାମାଟିକୁ ଭୁଲି 

ଚାଲି ଗଲ ଦାଦନ ହୋଇ 

ଅଜଣା ମଣିଷ ସହ ସମ୍ପର୍କ ରଖି 

ଭୁଲି ଗଲ ତୁମେ ଯେ ଅଛି ତୁମ ଜୀବନ ସାଥୀ ହୋଇ।


ବାନ୍ଧି ଥିଲ ମୋତେ ବିବାହ ବନ୍ଧନେ

ରହିବାକୁ ସାଥୀ ହୋଇ ସାରା ଜୀବନେ 

ଅନଲାଇନ ଶିକ୍ଷା ବାହାନାରେ

ଅନ୍ୟ ଝିଅଙ୍କ ସହ ରଖି ସମ୍ପର୍କ ଯେ

ଆଣିଲ ନୀରବ ଝଡ ମୋ ଜୀବନେ।


ଗୋମାତା ପୂଜକ ଥିଲ ଯେ ତୁମେ 

ମଦ ନିଶାରେ ବଶୀଭୂତ ହୋଇ ତୁମେ 

ଭୁଲି ଗଲ ଆମ ପ୍ରେମର ସ୍ମୃତି ତୁମେ 

ସର୍ତ୍ତ ରଖି ମାଗିଲ ଛାଡପତ୍ର ଯେ ତୁମେ 

ମନେ ହେଉଛି ଅସୁରକ୍ଷିତ ପରୀଟିଏ ମୁଁ ଯେ। 


ସଫଳତାର ଉଚ୍ଚତାକୁ ପହଞ୍ଚିବାକୁ ଯାଇ ତୁମେ 

ହୋଇ ଗଲ ବାଟବଣା ତୁମେ 

ତୁମକୁ ସୁଧାରିବାକୁ ଯାଇ ମୁଁ ଯେ 

ଉପାଧି ପାଇଲି ହାଟ ବସାଇଛି ଘରେ। 


ଖୋଲି ଦେଲ ଭଦ୍ରମୁଖା ତୁମେ 

ଚେଷ୍ଟା କଲ ଲୁଣ୍ଠନ କରିବାକୁ ମୋତେ 

ପ୍ରେମର ଲଣ୍ଠନ ଦେଖାଇ ତ ପୁଣି ରାଗର ପ୍ରକୋପ ଦେଖାଇ ମୋତେ 

ଜରିଗୋଟାଳି ପରି ସଞ୍ଚିବାକୁ ଲାଗିଲ ପଇସା ତୁମେ

ଭୁଲିଗଲ ଅପେକ୍ଷା କରି ବସିଥିଲା ତୁମ ସାଥୀ ଯେ। 


ଆମର ପ୍ରଥମ ସ୍ପର୍ଶର ଅନୁଭୂତି ଭୁଲି 

ତୁମ ଜନ୍ମ ଦିନରେ ଲେଖି ଦେଲ ଏମିତି ରହସ୍ୟମୟ ଖେଳଟି

ନିଜ ସମସ୍ତ ଦାୟିତ୍ବ ଭୂଲି ଯାଇ 

ତୁମେ ନିଶାଗ୍ରସ୍ତ ହୋଇ 

ନିର୍ଯାତନା ମୋତେ ଦେଇ

ଆମ ସମ୍ପର୍କରେ ପୁର୍ନଛେଦ ଦେଲ ଲଗିଇ। 


ହସ ଖୁସିର ଘର ମୋର

ଲାଗୁଛି ଯେ ପ୍ରେତାତ୍ମା ଓ କୋଠି ତୁମର

ଯଦି କିଛି ଅସୁବିଧା ତୁମର 

ନ କହି କାହିଁକି ଖେଳିଲ ଜୀବନ ସହ ମୋର

ଜାଣିଛି ଦିନେ ନା ଦିନେ ଅନୁତାପ କରିବ କରମ ପାଇଁ ତୁମର। 


ଲେଖା ପଛର ପ୍ରେରଣା 

ତୁମେ କରିଥିବା ଅଭିନୟ ନା କରିଥିବା କିଛି ସମୟ ପାଇଁ ପ୍ରେମର ଠିକଣା 

ତୁମେ ଦେଇ ଥିବା ଛଳନା 

ତୁମେ କରିଥିବା ପ୍ରତାରଣା 

ପାଇବାକୁ ଶେଷ ନିଷ୍ପତ୍ତିର ଠିକଣା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy