Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anita Dash

Romance Tragedy Others

3  

Anita Dash

Romance Tragedy Others

ଶେଷ ନିଷ୍ପତ୍ତି

ଶେଷ ନିଷ୍ପତ୍ତି

1 min
243



ବାର ବାର କିମ୍ପା ସୁନାର ହରିଣ

ମାୟାରେ ନେଉଛ ଡାକି

ମୋହର ଆବେଗେ ଧରିବାକୁ ଗଲେ

ଛୁପି ଯାଅ ତ୍ରାହି ଡାକି ? [୧]

ମଧୁର ପ୍ରେମର ଆଶ୍ୱାସନା ଦେଇ

ପ୍ରାଣରେ ପୁଲକ ଲେପି,

ପ୍ରତ୍ୟାଶାର ପ୍ରଲୋଭନେ ପଡିଗଲେ

ପ୍ରତ୍ୟାଖ୍ୟାନ ଦିଅ ଭେଟି? [୨]

ଇନ୍ଦ୍ରଧନୁ ଆଶା ମନରେ ଖେଳାଇ

ଜୀବନ ହସାଇ ଦିଅ ,

ଆର ଘଡି ପୁଣି ଅଦିନ ଝଡ଼ରେ

ସେ ହସ ଉଡେଇ ନିଅ ? [୩]

ମନୁଆ ପଣର ଉଠା ପକା ଢେଉ

ପାହାରେ ପାଉଛି ସଜା,

ଅନ୍ତର ନିଗିଡି ବୋହୁଛି ରୁଧିର

ବୁଝିକି ହୁଅ ଅବୁଝା ! [୪]

ଛଳନା ଜାଲରେ ମୋ ମନ ଚଢେଇ

ହୁଏ କେତେ ଛଟପଟ,

ସୁନ୍ଦର ନିରୀହ ପକ୍ଷୀ ଧରିବାଟା

ଶିକାରୀର ବେଉସାତ ! [୫]

ବହୁରୂପୀ ଯିଏ ସାଇତିଛି ତାର

ଦେହରେ ବହୁ ହୃଦୟ ,

ସିଏ କଣ କେବେ ବୁଝିବ ହୃଦୟ-

ବିନା ଦେହଟିର ଦାହ ? [୬]

ଜୀବନ ଦିଏ ଯେ ଖୁସିରେ ରଙ୍ଗେଇ

ସେଇ ପରା ସଚ୍ଚା ସଙ୍ଗୀ,

ଲୁହ ଦରିଆରେ ଭସେଇ ଦିଏ ଯେ

ସାଥି ନୁହେଁ ସତରଙ୍ଗୀ ! [୭]

ହେ ଜଗତ ପତି! ତୁମ ଦ୍ୱାହି ଦେଇ

ନେଉଛି ଶେଷ ନିଷ୍ପତ୍ତି ,

ଷଠ ମିତ ଠାରୁ ଦୂରେଇ ରହିବି

ଦିଅ ମତେ ସଦଗତି। [୮]


Rate this content
Log in

Similar oriya poem from Romance