STORYMIRROR

Gouri Panda

Romance

3  

Gouri Panda

Romance

ଶେଷ ମୁକ୍ତି

ଶେଷ ମୁକ୍ତି

1 min
14

ରାତ୍ରୀର ଶେଷ ମୁହୂର୍ତ୍ତରେ 

ତୁମର ସେ ମନମତାଣିଆ ହସ

ସତ୍ୟ ହେଉ ଅବା ସ୍ବପ୍ନ, 

ନିଜକୁ ଆକଟ କରିବାକୁ ହୁଏନି ସାହାସ

ମୁଁ ଉଠି ବସେ, ଆଖି ଖୋଲି ଦେଖେ

ଚାରିଆଡେ କିନ୍ତୁ ଅନ୍ଧକାର। 


ଅନ୍ଧକାର ଭିତରେ ତାରା ଗୁଡିକ

ଆଖି ମିଟିକା ମାରୁଛନ୍ତି। 

ବାସ୍ତବିକ କେଡେ ଉଜ୍ଜ୍ୱଳ ସେ ନୟନ?

ଯାହାର ମାଦକ ସେବନ କରି

ମୁଁ ଆଜି ଉନ୍ମାଦିନୀ, 

ବର୍ଷ, ବର୍ଷ ଧରି କରିଥିବା

ଅପେକ୍ଷା ର ମୁଁ ପାଇଛି ଉପଯୁକ୍ତ ମୂଲ୍ୟ। 


ଯାହାର ନୟନ ମୋତେ କରେ ବ୍ୟାକୁଳ 

ସେ ଯେ, ମୋ ପାଇଁ ଦେବତା ତୂଲ୍ୟ। 

କିଏ କହେ, ଏ ମୋର ଭ୍ରମ ମାତ୍ର 

ତଥାପି, ଯିଏ ମୋ ମନରେ ଆଣିଦିଏ ପୁଲକ ।


ତାହା ହିଁ ମୋ ପାଇଁ ସତ୍ୟ। 

ତୁମର ସେ ଗୁରୁଗମ୍ଭୀର ଧ୍ବନୀ

କେଉଁ ଦିନ ଶୁଣେ, କେଉଁ ଦିନ ଅବା ଶୁଣେନି।


ଇଚ୍ଛା ହୁଏ ତୁମ ଶରୀରରେ

ସ୍କାନ ପାଇଥାନ୍ତି କି? 

ପ୍ରତ୍ୟହ ତୁମରି ଅଙ୍ଗକୁ ସ୍ପର୍ଶ କରିଥାନ୍ତି। 


ତୁମର ସେ ମୃଦୁ, ମୃଦୁ ବାସ୍ନାରେ

ନିଜକୁ ହଜାଇ ଦିଅନ୍ତି। 

ଜୀବନଟା ମୋର ସାର୍ଥକ ହୁଅନ୍ତା 

ଶେଷରେ ମୁଁ ମୁକ୍ତି ପାଇଥାନ୍ତି। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance