Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Romance Tragedy Others

3  

Prabhati Mahapatra

Romance Tragedy Others

ଶେଷ ଇଛା

ଶେଷ ଇଛା

1 min
183


ଶେଷ ଇଛା ମୋର ରଖିବ ବନ୍ଧୁ ହେ

ଗୁହାରି ଏତିକି ମୋର

ତୁମରି ପରଶ ଛୁଆଁଇ ଦେବାକୁ

ମନରୁ କୃୃୃୃପୟା କର ।

ହାତକୁ ଦିପଟ ନାଲି କାଚ ଚୁଡ଼ି

ମନେ କରି ଅଗ୍ନିସାକ୍ଷୀ

କଣ୍ଠେ ଲମ୍ବାଇବ ସଜ ଫୁଲ ହାର

ତୁମ ପ୍ରେମ ବାସ୍ନା ଲେଖି ।

ଶୁନ୍ୟ ପାଦେ ଦେବ ଅଳତାର ଗାର

ଅନ୍ନପୂର୍ଣ୍ଣା ନାମ ଧରି

ଯୋଡ଼ା ନାଗରା ମୋ ଲୋଡା ନାହିଁ ପ୍ରିୟ

ଦେବ ଅହ୍ୟରାଣୀ କରି ।

ଶୁଭ ଲଗନରେ ମହୁରୀ ବଜାଇ

ଆସି ଥଲି ତୁମ ଘରେ

ଶେଷ ସବାରିିି ମୋ ରଖ ପ୍ରିୟତମ

ତୁମ ପୂଣ୍ୟ ଦାଣ୍ଡ ଧାରେ ।

କୁଟୁମ୍ବ ବାହୁନା ପ୍ରୟୋଜନ ନାହିଁ

ହୃଦୟ ରଖିବ ଖୋଲା

ଚିର ଦିିନ ପାଇଁ ସାଇତି ରଖିଲେ

ସୁହାଗ ଉଜ୍ଜଳ ହେଲା ।



Rate this content
Log in

Similar oriya poem from Romance