STORYMIRROR

Sarat Manhira

Tragedy

4  

Sarat Manhira

Tragedy

ଶେଷ ଚିଠି

ଶେଷ ଚିଠି

1 min
194


ଯେବେ ମୁଁ ଯୁଦ୍ଧ ରେ ମରିଯିବି

   ମୋର ଶେଷ ଚିଠି ଟିଏ ଦେଇଯିବ

ମୋ ମାଆ ର ଆଶା ଥିଲା

   ଯେବେ ବି ଫେରିବି ମୁଁ

ସାଥିରେ ଘୋଡା ଚଢି, ବାଜା ବଜେଇ ।1।


ଥରେ ମୋ ଗାଁ କୁ ଦେଖାଇ ନେବ

   ମୋ ମାଆ କୁ କହିବ

ତୋ ପୁଅ ବରପୁତ୍ର ହୋଇ ଆସିଛି

   କିନ୍ତୁ ସାଥିରେ ବରକନ୍ୟା ଆସିନି

କେବଳ ଭାରତ ମାଆ ର ନାଁ ରଖିଛି ।2।


ମୋର ସୈନିକ ବାପା

  କହୁଥିଲା ମୋତେ ପୁତ୍ର

ତ୍ରିରଙ୍ଗା ପତାକା ଧରି କି ଆସିବୁ

    କିମ୍ବା ଭାରତ ମାଆ ର ନାଁ ରଖିବୁ

କହିଦେବ ତାକୁ ତା ପୁତ୍ର ସମ୍ମାନ ରଖିଛି ।3।


ମୋ ଛୋଟ ଭଉଣୀ କୁ କହିଦେବ

   ତୋର କଥା ଥିଲା ଉପହାର

ସେଇ ଉପହାର ଉଭେଇ ଗଲା

   ରାକ୍ଷୀ ପିନ୍ଧିଥିଲା ଭାଇ

ଆଜି ଚିତା ଅଗ୍ନି ହେଇ ଗଲା ।4।


ସାତ ବନ୍ଧନ ପ୍ରିୟା କୁ କହିବ

  ଯିଏ ସାତ ଜନ୍ମପାଇଁ ହାତ ଧରି ଥିଲା

ସେ ଭାରତ ମାଆ ପାଇଁ

   ତା ହାତ ଛାଡି ଦେଇ ଗଲା

ଗୋଟେ ଲାଗି ଆଉ ଗୋଟେ ସମ୍ପର୍କ ଭାଙ୍ଗି ଦେଲା ।5।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy