Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aishwarya Mishra

Romance Tragedy

3  

Aishwarya Mishra

Romance Tragedy

ଶେଷ ଚିଠି

ଶେଷ ଚିଠି

1 min
226


ଯେବେ ନ ଥିବି ମୁଁ ତୁମ ପାଶେ

ଯେବେ ଖୋଜିବ ମୋତେ

ତୁମେ ମନେ ମନେ,

ଯେବେ ଲାଗିବ ତୁମକୁ ଏକା ଏକା 

ଯେବେ ଭାବିନେବ 

ତୁମେ ମୋ ବିନା ଅପୂର୍ଣ୍ଣ ;


ସେତେବେଳେ ବନ୍ଦ ଲଫାପାରୁ

ଖୋଲି ପଢିବ ମୋର ଏହି ଚିଠି ,


ଯାହା କହିପାରିନି କେବେ ତୁମକୁ

ଅବ୍ୟକ୍ତ କିଛି,

ଅଲୋଡ଼ା ଭାବନାର ସମାହାର ,

କିଛି ଅଙ୍ଗେନିଭା କଥା

ପୁଣି କିଛି ମିଠା ମିଠା ସ୍ଵପ୍ନ , 

ଆଉ ଯୌବନର ଚପଳାମି ଭରା

ପ୍ରୀତିପୂର୍ଣ୍ଣ ଏକ ଅପୂର୍ବ ଗୀତି ,

ଏହି ଯେ ମୋର ଶେଷ ଚିଠି;


ତୁମ ପ୍ରେମ ବନ୍ଧନରେ

ବାନ୍ଧି ହୋଇ ଯେବେ ,

ସାଜିଥିଲି ତୁମ ମନର କଏଦୀ 

ଇଚ୍ଛା ନ ଥିଲା ଆଉ ମୁକୁଳିବାକୁ କେବେ

ତୁମକୁ ପାଇ ମୁଁ ଭୁଲିଥିଲି ସବୁ କିଛି,


ତୁମ ଚାରିପାଖେ ହିଁ ଘୂରିବୁଲୁଥିଲା

ମୋ ଜୀବନ କାହାଣୀ,

କିନ୍ତୁ ତୁମେ ଥିଲ

ଭିନ୍ନ ଏକ ଜୀବନରେ ବ୍ୟସ୍ତ ,

ଏପରି କିଛି ରାଗ ରୁଷା ଅଭିମାନର ଅନୁରକ୍ତି ,

ଏହି ଯେ ମୋର ଶେଷ ଚିଠି ;


ଯେବେ ମୁଁ ଥିଲି ତୁମ ପାଶେ

ତୁମେ ତ ପାଖରେ ରହି ବି

ସାଥିରେ ନ ଥିଲ କେବେ ,

କିନ୍ତୁ, ଆଜି ଯେବେ ମୁଁ ନାହିଁ 

ଝରିବ ନିଶ୍ଚୟ ତ ତୁମେ ଏତିକି ଜାଣିଛି ,

ସେଥିପାଇଁ ମୋ ତରଫରୁ,

ତୁମକୁ ମୋର ଶେଷ ଭେଟି

ତୁମ ପାଇଁ ମୋ ଜୀବନର ଶେଷ ସ୍ମୃତି,

ଏହି ଯେ ମୋର ଶେଷ ଚିଠି,,,


Rate this content
Log in

Similar oriya poem from Romance