STORYMIRROR

Sarmistha Palai

Tragedy

4  

Sarmistha Palai

Tragedy

ଶେଷ ଚିଠି

ଶେଷ ଚିଠି

1 min
350

ଲୁହର କାଳୀରେ ଚିଠି ମୁଁ' ଲେଖୁଛି

  କୋହର ଶବ୍ଦକୁ ନେଇ

ସ୍ମୃତିର ଫଗୁଣ ଅନ୍ତର ଦହୁଛି

  କେମିତି କହିବି ମୁହିଁ।


ଋତୁ ପରେ ଋତୁ ବିତି ଯାଉ ଅଛି

  ଲିଭୁ ନାହିଁ ସେହି ଚିହ୍ନ

ପ୍ରତ୍ୟେକ ମୁହୂର୍ତ୍ତ ବିଚଳିତ କରେ

  ଅଶାନ୍ତ କରିକି ମନ।


ଭାଗ୍ୟରେ ନଥିଲ ଆସିଲ କିମ୍ପାଇଁ

  ଦେବାକୁ ଦୁଃଖ ଯାତନା

ପୁଣି ଫେରିଗଲ ନିଜ ରାଇଜକୁ

  ଦେଇକି ଯେ' ପ୍ରତାରଣା।


ଚାଲିଗଲ ତୁମେ ଜୀବନ ଆକାଶୁ

  ଉଆଁସର ଭେଟି ଦେଇ

ସେହି ଉପହାର ଆଜି ଗଳାହାର

  କରିକି ବଞ୍ଚିଛି ତହିଁ।


ଧୀରେ ଧୀରେ କରି ସବୁ ପୋଛି ଦେବି

  ଅଙ୍କା ଥିବା ପ୍ରୀତି ଛିଟା

ଜୀବ ଥିବା ଯାଏଁ ଆଉ ଖୋଜିବନି

  ତରୁ ଆଶ୍ରା ଏହି ଲତା।


ସୁଖ ଦୁନିଆଁରେ ତୁମେ ହସୁ ଥାଅ

  ମୋ' ଦୁଃଖ ମୋ' ପାଇଁ ଭଲ

ଭୁଲ୍ ର' ସାଥୀରେ ଭେଟ ନହୋଇଲେ

  ଠିକ୍ ର' ହୁଏନା ମୁଲ।


ଭାଙ୍ଗି ଯାଇଥିବା ହୃଦୟକୁ ମୋର

  ଯୋଡିବାକୁ ତ' ଚାହେଁନା

କିଏ ବା' ଜାଣିଛି ଆଜି ଯୋଡି ଦେଲେ

  କାଲିକି ନହେବ ଚୁନା।


ଶେଷ ଚିଠି ମୋର ପଢିବ ନିଶ୍ଚୟ

  ସମୟ ହାତରେ ଧରି

ସାକ୍ଷୀ ରହିଗଲା ଏହି ଶେଷ ଚିଠି 

  ସ୍ୱପ୍ନକୁ ପାଉଁଶ କରି।


Rate this content
Log in

Similar oriya poem from Tragedy