Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sriman Bapu

Romance Tragedy

3  

Sriman Bapu

Romance Tragedy

ଶେଷ ବିଦାୟ

ଶେଷ ବିଦାୟ

1 min
101


କେତେ ସେ ଖୋଜିଛି 

ଲୁହ ଛଳ ଛଳ ଆଖିକୁ ମଳି 

ସଭିଙ୍କୁ ପଚାରିଛି ,

ତାକୁ କେହି ଦେଖିଛ କି ?


ପ୍ରଶ୍ନ ତା'ର ହତାଶାର ଧ୍ୱନିସହ ମିଳାଇ ଯାଏ ,

ପୁଣି ଲହଡ଼ି ହୋଇ କୂଳକୁ ଫେରିଆସି 

ପିଟିହୋଇ ଦ୍ୱିଗୁଣିତ କରେ ଦ୍ୱନ୍ଦସବୁକୁ ।


ହତାଶ ହୋଇ , ହାର୍ ମାନି ସେ 

ଚିତ୍ ହୋଇ ପଡ଼ିଯାଏ ସେହି କୂଳରେ । 

ଚିଲଟିଏ ହୋଇ ମୁଣ୍ଡ ଉପରେ ଘୂରି ବୁଲ , 

ତୁମ ଡ଼ାକ ଶୁଣି ଥରିଯାଏ ତା'ର ଛାତି ! 


ହେଲେ ସେ ଉଠି ପାରେନି ଆଉ ,

ମାଛିସବୁ ଆସି ମୁହଁରେ ବସନ୍ତି ! 


ତୁମେ ମାଛି ସବୁକୁ ଘୋଉଡ଼ାଇ ଦେଇ 

ଛାତି ଉପରେ ପଡ଼ିଥିବା ଧଳା ଚାଦରଟିକୁ 

ମୁହଁ ଉପରକୁ ଟାଣିଦେଇ ଚାଲିଯାଏ... ।


ପାଦ ଚିହ୍ନ ତୁମର ଧୋଇଯାଏ ଲହଡ଼ିରେ.... ।

 

ଆଖି ଖୋଲି ସେ ପାଏ ନିଜକୁ 

ଯେଉଁଠି ଦୁହେଁ ଶେଷଥର 

ଅଲଗା ହୋଇଥିଲେ 

ଆଉ କେବେ ଦେଖା ହେବକି ନାହିଁ 

ଜଣା ନଥିଲା କାହାରିକୁ । 


ଦୋଦୋପାଞ୍ଚର ଆବେଗକୁ 

ଚାପି ରଖିବା ଚେଷ୍ଟାରେ 

ଭୂଲି ଯାଇଥିଲେ ଦୁହେଁ

ପରସ୍ପରକୁ ବିଦାୟ କହିବାକୁ । 


Rate this content
Log in

Similar oriya poem from Romance