STORYMIRROR

Debjani Sathua

Drama Romance Tragedy

3  

Debjani Sathua

Drama Romance Tragedy

ଶେଷ ଆଶ୍ରା

ଶେଷ ଆଶ୍ରା

1 min
312

ଆଶା ଅଙ୍ଗାର ଭରା କୁହୁଳା ଛାତି, 

    ଉଦାସୀ ଧୂଆଁ ଭରେ ଅମାପ ତାତି

ସମୟ ଛାଡିଛି ମୋତେ କେଉଁଠି ଆଜି, 

    କାଢି ତୋ ଦୁନିଆଁରୁ ଭାଗ୍ୟ ଡୋରି ସାଜି

ବାକି ଲୁହ ପୁଣି କିଛି ରଖିଛି ଆଖି

    ସାଇତା ଧନ ସେ ମୋଦୁଃଖ ସାଥୀ। 


ନା ଅଛି ଏବେ ସେ ମନ, 

           ନା ସେ ଅଭିଳାଷା

ବାସ୍ ମୁଁ ଅଛି ଆଉ ମୋ ମିଥ୍ୟା ଆଶା

      ଶୁଷ୍କ ନିଳୟ ଅନ୍ତରେ ସୁପ୍ତ ଅଭିପସା। 


ତିଳେ ନାହିଁ ତୋ ଠାରେ ଅଭିମାନ

     ନାହଁ ତ ଏ ସମାଜଠାରୁ ଅଭିଯୋଗ

ବାଷ୍ପବନେ ବିଲୁପ୍ତ ବିଗତ ଅନୁରାଗ 

ଦେଖି ତୋ ନୟନେ ପିୟୁଷର ଅଞ୍ଜନ ଗାର ,

     ପାରିନି ଢାଳି ଅନୁରକ୍ତି ସୁକ୍ଷ୍ମାତି ଧାର ।


ହୋଇଥିଲି ଯେବେ ଲକ୍ଷ୍ୟ ନିକଟତର,       

       ଦୋହଲି ଭାଗ୍ୟ ଖାଇଲା ଠୋକର

ଧୂମ ରୁନ୍ଧି କଣ୍ଠେ ବାଣୀ ସ୍ଫୁରେନା

         ଜୀଇଁ ବାକୁ ଦିଏ ନା ଜମା

             ମରିବାକୁ ବି କରୁଛି ମନା ।


ଚୁପ୍ ରହି ଜଳେ ନିଖୋଜ ମନ

      କହିଦେଲେ ଯେ ତୋ ସରିବ ମାନ   

      ଭାଗ୍ୟ ଦେଇଛି ସ୍ମୃତି କଣ୍ଟକ ସମାନ

ନା , ମୁଁ ଅନୁୁୁତପ୍ତ ପ୍ରିତିକୁ ନ ପାଇ ସାକାର

   ନା , ତୁ ଅଭିଶପ୍ତ ନିୟତିରେ ହୋଇ ଏକାକାର ।


 ନ ଯାଉ ଭାସି ମୋ ସ୍ୱପ୍ନର କୃଷ୍ଣ ଜୀମ୍ବୁତ

    ବଞ୍ଚୁଥିବି ଧରି ସେଇ ଅଭିଭୁତି ବିଗତ

      ଶେଷ ଆଶ୍ରା ଥାଉ ମୋ ଜୀବନେ ଅନ୍ତତଃ । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama