STORYMIRROR

Swarnalata Dash

Tragedy

3  

Swarnalata Dash

Tragedy

ଶେଫାଳିର ଦୁଃଖ

ଶେଫାଳିର ଦୁଃଖ

1 min
196


ଦୁଃଖ ତ ଏତିକି

ଅନ୍ତର ଖୋଲି କହିପାରିଲିନି

ଥିଲା ଭୟ ମିଶା ଲାଜ

ଶୁଣି ବି ପାରିନି

ତୁମ ମନ କଥା ପଦେ 

ବୁଝି ବୁଝାଇବା ନୁହେଁ ସହଜ

ବର୍ଷ ମାସ ଋତୁ

ଗଡ଼ିଯାଏ ଦିନ କେତେ

କ୍ୟାଲେଣ୍ଡର ପୃଷ୍ଠା ଯେତେ

ସଭିଙ୍କୁ ସାଉଁଟି ଆପଣା ପଣରେ

 ତଥାପି ତ ହୀନିମାନ କେତେ

ଏନ୍ତୁଡ଼ିଶାଳରୁ ଏରୁଣ୍ଡି ଡେଇଁବାଯାଏଁ 

ମିଲିଥିଲା ଯାହା ସ୍ନେହ

ନୁପୁର ନିକ୍ୱଣେ ପାଦ ଥାପି ଦିନେ

ତଵ ଅଗଣାରେ

ଖୋଜୁଥିଲି ସେଇ ମୋହ

ଆଖିରେ ଆଖିଏ

ସ୍ୱପ୍ନ ନେଇ ଦେଖେ

ଉଦୟରାଗ ତ ହେଲା ଅସ୍ତରାଗ

ବିତିଲା ସମୟ

ହେଲା ଅପରାହ୍ନ

ଅନ୍ତରେ ଉଠେ କୋହ

ରାତିର ସପନ ଉଲ୍ଲସିତ ମନ

ସକାଳେ ନ ଥାଏ ସେତ

ସ୍ମୃତି ରୁପା ଜହ୍ନ ରହେ ଚିର ଦିନ

ନିଳୋତ୍ପଳ ହୃଦ ଗତ

ଗଙ୍ଗଶିଉଳି ସେ ମହକ ବିତରି

ସଂଜେ ଫୁଟି ପ୍ରାତେ ଝଡ଼େ

କିଏ ବା କାହିଁକି ଝରାଇବ ତାରେ

ସ୍ନେହର ପୀୟୂଷ ଧାରେ

ଆହା ନାହିଁ ସାହା ନାହିଁ ବୋଲି

ସେତ ଭିତରେ ଭିତରେ ଜଳେ

ଏପରି ଜନମ ଦେଇଛି ବିଧାତା

କରମ ଆଦରି ଚଳେ

ସ୍ୱପ୍ନ ରହିଗଲା ସ୍ୱପ୍ନରେ ସତେକି

ଆଖିରେ ଆଖିଏ ଲୁହ

ଆଶା ମରୀଚିକା ଜାଣିଲେ ବି

କେବେ କାମନାର ଇତି ନୁହଁ

 ଛାଡି ପାରେ ନାହିଁ ମୋହ

ଉଦ୍ଧର ହେ ଦାରୁ ଦିଅଁ |



Rate this content
Log in

Similar oriya poem from Tragedy