ସହଧର୍ମିଣୀ
ସହଧର୍ମିଣୀ
ତୁମେ ଆଜି ମୋର ଜୀବନେ ଭରିଛ
ଇନ୍ଦ୍ରଧନୁର ରଙ୍ଗ
ତୁମେ ଆଜି ମୋର ମନେ ସଜାଇଛ
ସ୍ନେହ ପ୍ରୀତି ଶ୍ରଦ୍ଧା ପୁଷ୍ପ ।
ମନେପଡେ ଆଜି ସେହି ଦିନ ମୋର
କେତେ ନିରାଶ ନିରବ ଥିଲା ଜୀବନ
ସବୁଥାଇ ପୁଣି କିଛି ତ ନଥିଲା
ତୁମେ ପୂରା କରିଦେଲ ସବୁ ସ୍ଵପ୍ନ ।
ଏକା ଏକା ବାଟ ଚାଲୁଥିଲି ସତ
ଜାଣିନଥିଲି କେଉଁଠି
ସରିବ ରାସ୍ତା ମୋର
ତୁମେ ବାଟର ବାଟୋଇ ହୋଇ ଗଲା ପରେ
ସବୁ ବାଧା ପ୍ରତିବନ୍ଧକ
ହୋଇଗଲା ଉଭାନ ।
ଶଙ୍ଖା ସିନ୍ଦୂରରେ ସାଜୁଛ ସୁନ୍ଦର
ମୋ ପାଖେ ତୁମ ଦିନ ମନ ସ୍ଵପ
ସବୁ ସମର୍ପିତ
ମମତା ମନ୍ଦିର ତୁମେ ଦେବୀ ମୋର
ମୋତେ ମହାନ କରିଛି
ତୁମ ଦାନ ପ୍ରତିଦାନ ।
ସିନ୍ଦୂରା ଫାଟିଲେ ତୁମେ ଉଠିପଡ
ଘରକୁ କରିଦିଅ ମନ୍ଦିର
ସକାଳ ସ୍ନାନରୁ ସକଳ କର୍ମ
ତୁମ ସ୍ପର୍ଶରେ ପାଲଟେ ଜୀବନ୍ତ ।

