ଶବ୍ଦ ସୁକୁମାରୀ
ଶବ୍ଦ ସୁକୁମାରୀ
ଗ୍ରୀଷ୍ମର ଦେହେ, ଯେ ନିଆଁ ଲାଗିଛି
ଜାଣେ କେବେ ଯିବ ଲିଭି
ମନେ ମୋର ସଖି ଯେ ନିଆଁ ଲାଗିଛି
ପବନ ପାରେନା ରୋକି।
ବର୍ଷା କହ ତ, କିସ ନ ଭସାଏ
ଗାଆଁ ଗଣ୍ଡା ଯାଏ ଭାସି
ମୁହିଁ ହତଭାଗା ଲୁହେ ଭାସେ ନିିତି
ମରଣ କୁ ଡାକିଡ଼ାକି।
ଶୀତ ଲୋ ଶୀତରେ ପାରେନା ଥରାଇ
କାକରରେ ଯାଏ ଭିଜି
ସୁନା ଧାନ କ୍ଷେତ ଗେଣ୍ଡୁ ଫୁଲ ମେଳେ
ସତେକି ଯାଉଛ ହଜି।
ବସନ୍ତ ଫୁଟାଣି ମୁଁହି ଋତୁରାଜ
ମନ ମୋ ପାରେନା ଜିଣି
କୋଇଲି ଗାଉଛି ମୋର ଦୁଃଖ ଗୀତ
ସଖି ସତେ କି ପାରୁନ ଶୁଣି ?
ତେଲ ଲୁଣ ଲଙ୍କା କେବେ କେବେ ମିଳେ
କେବେ ମିଳି ଯାଏ ନିଆଁ
ଜାଳ ନ ମିଳିଲେ ମନକୁ ଜଳାଏ
ଭାବେ ମୁହିଁ ପୋଡ଼ା ମୁଁହା।
ତଳ ପଖୋରୀର ତାଳ ଗଛ ମୂଳେ
କିସ ନ ଖେଳିଛେ କହ
ଭେଳି ଭେଳି ଖେଳ ସାଙ୍ଗ ସାଥୀ ମେଳେ
ଭାବିଲେ ଝରୁଛି ଲୁହ।
ତୁମ ବିରହରେ ଶବ୍ଦ ସୁକୁମାରୀ
ନିତି ନିତି ଶିରି ପିଟେ
ବେଦନା ଯନ୍ତ୍ରଣା ସ୍ୟାହି ସାଜେ ନିିତି
କଲମ ମୁନରୁ ଛୁଟେ।