Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharati Bhusan Das

Abstract

3  

Bharati Bhusan Das

Abstract

ଶବ୍ଦ ବ୍ରହ୍ମ

ଶବ୍ଦ ବ୍ରହ୍ମ

1 min
5


ଏକାକ୍ଷର ମନ୍ତ୍ର ଜଗତର

ବ୍ରହ୍ମ ନିନାଦିତ ବ୍ରହ୍ମାଣ୍ଡର

ପ୍ରଥମ ପଞ୍ଚମ ପଞ୍ଚବିଂଶତମ

ତିନି ଅକ୍ଷରର ସମାହାର

ଓଁ ଓଁ ଶବ୍ଦ ବ୍ରହ୍ମ ହୃଦୟର।

ଅର୍ଦ୍ଧ ଚନ୍ଦ୍ର ବିନ୍ଦୁ ମଥାରେ ଶୋଭିତ

ତ୍ରିଭଙ୍ଗୀ ଠାଣିରେ  ଓଁକାର ସଂଯୁତ

ଏକାକ୍ଷର ମନ୍ତ୍ର ହୁଏ ଉଚ୍ଚାରିତ

ହୃଦୟ ରେ ଶବ୍ଦ ବ୍ରହ୍ମର

ବ୍ରହ୍ମ ନିନାଦିତ ବ୍ରହ୍ମାଣ୍ଡର  ।

ପରଂ ବ୍ରହ୍ମ ନିରାକାର ସଚରାଚର

ସକଳ ଘଟରେ ବ୍ରହ୍ମ ନିରନ୍ତର

ପରମ ପୁରୁଷ ଆହେ ଜଗଦୀଶ

ତୁମେ ଆଦି ତୁମେ ଅନ୍ତ ଭାବନାର

ହୃଦୟ ରେ ଶବ୍ଦ ବ୍ରହ୍ମର

ବ୍ରହ୍ମ ନିନାଦିତ  ବ୍ରହ୍ମାଣ୍ଡର ।

ଏକ ବିନ୍ଦୁ ଏକ ରୂପ ନଥାଏ ଭିନ୍ନତା

ଶୂନ୍ୟ ଦେହି ବିଶ୍ୱ ରୂପ ସେ ସୃଷ୍ଟି ବିଧାତା‌

ଶୂନ୍ୟ କରି ଅନ୍ତରାତ୍ମା ଶୂନ୍ୟଭାବ ବଳେ

ଶବ୍ଦ ବ୍ରହ୍ମ ସେ ଠାକୁର ସେ ସୃଷ୍ଟି କରତା‌ ।

ଶବ୍ଦ ଏକ ବ୍ୟକ୍ତ ଭାବ ଅବ୍ୟକ୍ତ ଯନ୍ତ୍ରଣା

ଶବ୍ଦ ରେ ଲୀନ ହେବାକୁ ମନର ବାସନା

କେବେ ଅନ୍ତ ଶବ୍ଦ ପୁଣି କେବେ ଅନନ୍ତ ମହିମା

ଶବ୍ଦ ବ୍ରହ୍ମ ଏକାକ୍ଷର ଶବ୍ଦ ର ଗରିମା

ଏକାକ୍ଷର ମନ୍ତ୍ର ଜଗତର

ବ୍ରହ୍ମ ନିନାଦିତ ବ୍ରହ୍ମାଣ୍ଡର

ଓଁ ଓଁ ଶବ୍ଦ ବ୍ରହ୍ମ ହୃଦୟର‌ ।


Rate this content
Log in

Similar oriya poem from Abstract