STORYMIRROR

Amita Dash

Tragedy Inspirational

4  

Amita Dash

Tragedy Inspirational

ଶାସନଗଦି

ଶାସନଗଦି

1 min
249


ଶାସନ ଗଦି କଣ୍ଟକିତ।

ପାଦେ ପାଦେ ବିପଦଯୁକ୍ତ।


ରଜା ମୁଣ୍ଡରେ ସୁନାମୁକୁଟ

ଦିଶେ ଭାରି ସୁନ୍ଦର।

ସଦାବେଳେ ତା ମୁଣ୍ଡ ଉପରେ ଝୁଲୁଛି କିନ୍ତୁ ମୁନିଆଁ ଖଣ୍ଡାର ଧାର।


ଜୀବନ ଅସୁରକ୍ଷିତ।

କେତେବେଳେ କ'ଣ ଘଟିବ 

କିଏ ସେ କହିବ।

ଯିଏ ଜଗିଚି ସୁରକ୍ଷା କର୍ମୀ ହୋଇ

ଛଦ୍ମ ବେଶରେ ଶତ୍ରୁ ଥିବ।


ହେଲେ ବି ରାଜା ହେବା କମ ସୈାଭାଗ୍ୟ

ହାତ ଛଡା କିଏ କରିବ?

ମଲା ପର୍ଯ୍ୟନ୍ତ ଦାଓପେଞ୍ଚ ଚାଲିଥିବ।

ହୁକୁମାତି ଛାଡ ନ ଯିବ।

ରଜା ହୋଇ ପ୍ରଜା ଦୁଃଖ ଯଦି ନ ବୁଝିବ।

ଖାଇ ପିଇ ଥାଲୁକା ପେଟ ବୋହି ବୁଲୁଥିବ।

ସିଏ କି ରଜାରେ ଗଣା ଯିବ?

ଦେଖେଇ ହେବାକୁ ସବୁବେଳେ ମୁକୁଟ ପିନ୍ଧି ଘରେ ବୁଲିବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy