STORYMIRROR

Alaka Dash

Tragedy

3  

Alaka Dash

Tragedy

ଶାଶୁ ଘର

ଶାଶୁ ଘର

1 min
190


ଶାଶୁଘର ନୁହେଁ ଖେଳଘର 

ନୁହେଁ ଗୋଲାପର ଶଯ୍ୟା, 

କଣ୍ଟକ ଵନରେ ପାଦ ଥାପିବା, 

ଖଣ୍ଡା ଧାରରେ ବାଟ ଚାଲିବା ପରି 

ପ୍ରତି ମୁହୁର୍ତରେ ଯନ୍ତ୍ରଣା.. ଯନ୍ତ୍ରଣା 

ଆକଟ, କଟକଣା, ପରାଧୀନ 

ବାପଘର ସ୍ନେହର କଣ୍ଢେଇ 

ହୋଇ ଯାଏ ସ୍ନେହ ରଂକୁଣି 

ନବବଧୂ ସେ.... 

ମନ ମଣିଷର ଗହନ ପ୍ରିତୀ

ଛୁଇଁବା ପୂର୍ବରୁ 

ଛୁଇଁ ଯାଏ ଯନ୍ତ୍ରଣା ଦାଉ 

ଯୌତୁକ..... ଯୌତୁକ, 

ସାଜିଛି ବାଧକ !!!

ମନର ମଣିଷ ପଲକେ 

ପାଲଟି ଗଲେ ବ୍ରହ୍ମରାକ୍ଷସ, 

ଚଉଠି ରାତି ହେଲା 

ଜୀବନର ଅନ୍ତିମ ରାତି....... 

କିରାସିନି, ପେଟ୍ରୋଲ ହେଲା 

ନବ ବଧୂର ଉପହାର, 

ସଦ୍ୟ ପ୍ରସ୍ଫୁଟିତ ଗୋଲାପଟି 

କ୍ଷଣକ ରେ ହେଲା ଜୀବନ୍ତ ଦଗ୍ଧ, 

ଯୌତୁକ ମହାଯଜ୍ଞର ଆହୁତି, 

ସୁନ୍ଦର ଫୁଲଟି ଅଦିନରେ ଝରିଗଲା, 

ଯନ୍ତ୍ରଣା ର ମରଣ ଯୁଇରେ ll

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy