ଶାଶ୍ଵତ
ଶାଶ୍ଵତ
ରଙ୍ଗ - ରୂପ - ଅର୍ଥ - ପଦ ସବୁ ଅଢ଼େଇ ଦିନିଆ
ଚିରସ୍ଥାୟୀ ଅଟେ ଏକା ବ୍ୟକ୍ତିର ମଣିଷପଣିଆ
କର ନାହିଁ ଗର୍ବ ଆପଣା ସୁନ୍ଦର ଶରୀରକୁ ନେଇ
ଦିନେ ତ ତାହାକୁ ନିଷ୍ଠୁର ନିଆଁ ଯିବ ଖାଇ!!
ଯୌବନ ଲାବଣ୍ୟ ତ ଜୀବନର କେଇଟା ମୂହୁର୍ତ୍ତ
ସମୟ ସୁଅରେ ହୋଇଯାଏ ଅତୀତେ ବିଲୁପ୍ତ
ଧନ ସମ୍ପଦ ଅର୍ଥ ନାମେ ଯେତେକ ପାର୍ଥିବ ପଦାର୍ଥ
ଜୀବ ଯିବା ବେଳେ ସାଥେ କିଛି ବି ନ ଯିବ!!
ସୁଖ ସମ୍ଭୋଗ ଆଦି ଅନିତ୍ୟ ଅଳିକ ଅନୁଭବ
ବିତିଗଲେ କାଳ ଆଉ ଲାଗିବନି ତିଳେ ସୁଖପ୍ରଦ
ଅହମିକା ଅହଙ୍କାର ପ୍ରଭୂତ୍ବ ଅବିବେକିତା ସ୍ବାର୍ଥପରତା
ଏସବୁ ନିରର୍ଥକ ଅସାର ମିଳିଲେ ମୃତ୍ୟୁର ବାରତା!!
କ୍ଷୁଧାର ତାଡ଼ନେ ଯଥା ତୃଣ ନ ଭୁଞ୍ଜଇ କେଶରୀ
ଜୀବନ ଯୁଦ୍ଧରେ ସ୍ବ-ସ୍ବଭାବ ନ ଯିବ ପାଶୋରୀ!!
