STORYMIRROR

Sambit Srikumar

Abstract Classics Inspirational

4.0  

Sambit Srikumar

Abstract Classics Inspirational

ଶାଶ୍ଵତ

ଶାଶ୍ଵତ

1 min
171



ରଙ୍ଗ - ରୂପ - ଅର୍ଥ - ପଦ ସବୁ ଅଢ଼େଇ ଦିନିଆ

ଚିରସ୍ଥାୟୀ ଅଟେ ଏକା ବ୍ୟକ୍ତିର ମଣିଷପଣିଆ

କର ନାହିଁ ଗର୍ବ ଆପଣା ସୁନ୍ଦର ଶରୀରକୁ ନେଇ

ଦିନେ ନା ଦିନେ ତ ତାହାକୁ ନିଷ୍ଠୁର ନିଆଁ ଯିବ ଖାଇ!!

ଯୌବନ ଲାବଣ୍ୟ ତ ଜୀବନର କେଇଟା ମୂହୁର୍ତ୍ତ

ସମୟ ସୁଅରେ ହୋଇଯାଏ ତାହା ଅତୀତେ ବିଲୁପ୍ତ

ଧନ ସମ୍ପଦ ଅର୍ଥ ନାମେ ଯେତେକ ପାର୍ଥିବ ପଦାର୍ଥ

ଜୀବ ଯିବା ବେଳେ ମଣିଷର ସାଥେ କିଛି ବି ନ ଯିବ!!

ସୁଖ ସମ୍ଭୋଗ ଆଦି ଅନିତ୍ୟ ଅଳିକ ସୁଖାନୁଭବ

ବିତିଗଲେ କାଳ ଆଉ ଲାଗିବନି ତିଳେ ସୁଖପ୍ରଦ

ଅହମିକା ଅହଙ୍କାର ପ୍ରଭୂତ୍ବ ଅବିବେକିତା ସ୍ବାର୍ଥପରତା

ଏସବୁ ନିରର୍ଥକ ଅସାର ମିଳିଲେ ମୃତ୍ୟୁର ବାରତା!!

କ୍ଷୁଧାର ତାଡ଼ନେ ଯଥା ତୃଣ ନ ଭୁଞ୍ଜଇ କେଶରୀ

ଜୀବନ ଯୁଦ୍ଧରେ ସ୍ବଭାବ ନଯିବ କଦାପି ପାଶୋରୀ

ଦୁନିଆ କେବଳ ମାତ୍ର ଜୀଇଁବାକୁ ଏକଇ ଭଡ଼ାଘର

ଜୀବନର ଅନ୍ତେ ଏଠି ସବୁ କିଛି ହୋଇବ ତ ପର!!

©ସମ୍ବିତ୍ ଶ୍ରୀକୁମାର



Rate this content
Log in

Similar oriya poem from Abstract