STORYMIRROR

Sagar Kumar Parida

Classics

2  

Sagar Kumar Parida

Classics

ଶାଶ୍ୱତ ପ୍ରେମ

ଶାଶ୍ୱତ ପ୍ରେମ

1 min
208

ଶାଶ୍ୱତ ପ୍ରେମର ଅନ୍ତ ନାହିଁ କେବେ ସମୟ ନଈର ଧାରେ

ଜୀବନ୍ତ ସର୍ବଦା ରହିଥିବ ସିଏ ଏହି ବିଶ୍ୱ ବ୍ରହ୍ମାଣ୍ଡରେ


ସବୁକିଛି ଏଠି ବଦଳିଯାଉଛି ପ୍ରକୃତି ରାଣୀର କୋଳେ

ଶାଶ୍ୱତ ପ୍ରେମ ଯେ ଚିର ସବୁଜିମା ଅଶାଶ୍ୱତ ରାଇଜରେ


ତପନର ପ୍ରେମ ନଳିନୀ ନିମନ୍ତେ କି ସୁନ୍ଦର ମନୋହର

ଅଂଶୁମାଳୀ ମୁଖ ଦର୍ଶନ ପାଇଁକି ସଦା ପଦ୍ମ ତତପର


ଶଶୀ ନୀଳ ଗଗନରୁ ଦେଖୁଥାଏ କୁମୁଦର ସୌନ୍ଦର୍ଯ୍ୟତା

ପ୍ରକୃତି କୋଳରେ ସରସୀ ତଟର ପ୍ରାକୃତିକ ବିଚିତ୍ରତା


ଶାଶ୍ୱତ ପ୍ରେମରେ ନଥାଏ କାଳୀମା ନଥାଏ କାମନା ଲୋଭ

ଭଲ ପାଇବାରେ ହୁଏଯାହା ଲାଭ ହିଂସା,କ୍ରୋଧେ କି ସମ୍ଭବ


ଭକ୍ତ ଭଗବାନ ଶାଶ୍ୱତ ପ୍ରେମରେ ବନ୍ଧା ନିତ୍ୟ ନିରନ୍ତର

ପିତାମାତା ସ୍ନେହ ସନ୍ତାନ ନିମନ୍ତେ ଅମୂଲ୍ୟ ରତ୍ନ ଭଣ୍ଡାର


କର ସର୍ବେ ପ୍ରେମ ନିଜର ଦେଶକୁ ସର୍ବଶ୍ରେଷ୍ଠ ପ୍ରେମ ଏହି

ଯେଉଁ ପ୍ରେମ ବଳେ ସରବେ ନିଜର ଶାଶ୍ୱତ ପ୍ରେମଟି ସେହି


साहित्याला गुण द्या
लॉग इन

Similar oriya poem from Classics